Latest Odisha News

BREAKING NEWS

ଅନଲକ୍‌-୩ ଗାଇଡଲାଇନ ମାନିବାକୁ ଦୋକାନୀଙ୍କୁ ଅନୁରୋଧ କଲା ବିଏମସି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଜାରି ଅନଲକ୍‌-୩ ଗାଇଡଲାଇନକୁ କଡାକଡି ମାନିବାକୁ ଭୁବନେଶ୍ୱରର ବ୍ୟବସାୟୀ ସଂସ୍ଥା ମାନଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ବ୍ୟବସାୟୀ ସଂସ୍ଥା ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ନୂଆ ଗାଇଡ ଲାଇନକୁ ସହରର ସମସ୍ତ ମାର୍କେଟରେ କଡାକଡି ଭାବେ ପାଳନ କରାଯିବ ।

ନୂଆ ଗାଇଡ ଲାଇନର ସମସ୍ତ ଏସଓପିକୁ ବ୍ୟବସାୟୀ ମାନେ କଡାକଡି ଭାବେ ମାନିବେ ବୋଲି କୁହାଯାଇଛି । ଯଦି କେହି ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ସହରର ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣ ରୋକିବା ନେଇ କମିଶନର କହିଛନ୍ତି ଯେ ଏହି ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ କୋଭିଡ ସଚେତକ କ୍ୟାମ୍ପେନ ଜାରି ରହିଛି ।

Leave A Reply

Your email address will not be published.