Latest Odisha News

BREAKING NEWS

୫୦୦ ଉଇକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୫୦୦ ଉଇକେଟ ହାସଲକାରୀ ବୋଲରଙ୍କ ଏଲିଟ ଗ୍ରୁପରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବିଶ୍ୱର ୭ମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ୩୪ ବର୍ଷୀୟ ଏହି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ ଏହି କୀର୍ତିମାନ କରିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଉଇକେଟ ହାସଲକାରୀ ତାଲିକାରେ ଏବେ ମଧ୍ୟ ଶ୍ରୀଲଙ୍କା ମୁଥୟା ମୁରଲୀଧରନ ରହିଛନ୍ତି । ସେ ୮୦୦ ଉଇକେଟ ଅକ୍ତିଆର କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣେ (୭୦୮), ଭାରତର ଅନୀଲ କୁମ୍ବଲେ (୬୧୯), ଆଣ୍ଡରସନ (୫୮୯), ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା (୫୬୩), ୱେଷ୍ଟଇଣ୍ଡିଜର କର୍ଟନୀ ୱାଲ୍ସ (୫୧୯) ଓ ଷ୍ଟୁଆର୍ଟ ବ୍ରଡ ଯଥାକ୍ରମେ ଦ୍ୱିତୀୟରୁ ୭ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Leave A Reply

Your email address will not be published.