Latest Odisha News

BREAKING NEWS

ପୂର୍ବ ସେମିଷ୍ଟାର ଓ ଇଂଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ ହେଉ: ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ପରୀକ୍ଷା ହେବାକୁ ଯାଉଛି । ତେବେ ପରୀକ୍ଷାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ସେମିଷ୍ଟାର ପୂର୍ବରୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଅନଲାଇନ୍ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ । ତା ନାଁରେ ପରୀକ୍ଷା, ଖାତାଦେଖା ଓ ଫଳ ପ୍ରକାଶନକୁ ନେଇ ଅନେକ ଅଭିଯୋଗ ରହିଛି । ଏଭଳି ସ୍ଥିତିରି କେଉଁଭଳି ଭାବେ ସେହି ସଂସ୍ଥାକୁ ପୁଣି ପରୀକ୍ଷା ଦାୟିତ୍ୱ ଦିଆଯାଇଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ।

ଏଥିସହ ପୂର୍ବରୁ ସବୁ ସେମିଷ୍ଟାର ସବଜେକ୍ଟିଭ୍ ପରୀକ୍ଷା ହେଉଥିବା ବେଳେ ଏବେ ଅବଜେକ୍ଟିଭ ବା ଏମସିକ୍ୟୁ ପରୀକ୍ଷା ୧ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ବୋଲି ସେମାନେ ମତ ରଖିଛନ୍ତି । ଅନ୍ୟ ପରୀକ୍ଷା ଭଳି ପୂର୍ବ ସେମିଷ୍ଟାର ଓ ଇଂଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ସେପଟେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ । ରାଜ୍ୟରେ କୋଭିଡ୍ ସଙ୍କଟ ଭିତରେ ବର୍ତ୍ତମାନ ବୈଷୟିକ କଲେଜ୍ ଖୋଲିବା ସମ୍ଭବ ନୁହେଁ . ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ କରାଯିବ । ଜୁଲାଇ ଦ୍ୱିତୀୟ ସପ୍ତାହ ଭିତରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.