Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କର  ପରଲୋକ ଘଟିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ୫ ଦିନ ପୂର୍ବେ  ସୁବାସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫୪ ବର୍ଷରେ ତାଙ୍କର ପରଲୋକ ଘଟିଛି ।

ଲିଭର କ୍ୟାନସରରେ ପୀଡିତ ଥିବା ସୁବାସଙ୍କର ଗତକାଲି ବିଳମ୍ବିତ ରାତି ୩.୩୦ ରେ ଦେହାନ୍ତ ହୋଇଛି ।

ଗତ ବର୍ଷ ସେ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
ବିଜେଡି ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର ଜିଲ୍ଲା ପାଇଁ ସେ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.