Latest Odisha News

ପିଏମ୍ କେୟାର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ପାଞ୍ଚଟି ବାଲୁକା କଳା ପେଣ୍ଟିଙ୍ଗ୍ ନିଲାମ ଘୋଷଣା କଲେ ସୁଦର୍ଶନ

ପୁରୀ: କରୋନା ମୁକାବିଲା ପାଇଁ ଗଠିତ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାକୁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ପାଞ୍ଚଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ନିଲାମ କରି ଏଥିରୁ ଲବ୍ଧ ଅର୍ଥ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ନେଇ ସେ ଘୋଷଣା କରିଛନ୍ତି ।

ଟ୍ୱିଟର୍‌ରେ ଏହି ପାଞ୍ଚଟି ବାଲୁକା କଳା ଚିତ୍ରର ଫଟୋ ସହିତ ସେ ଏହି ସୂଚନା ଦେଇଛନ୍ତି । ଏସବୁ କିଣି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷ ତାଙ୍କୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହି ବାଲୁକା କଳା କାନ୍‌ଭାସ୍ ଆକ୍ରିଲିକ୍ ପେଣ୍ଟିଙ୍ଗଗୁଡିକ ମଧ୍ୟରେ ରହିଛି ସୁଦର୍ଶନଙ୍କ ଲୋକପ୍ରିୟ ବେଳାଭୁମିରେ ଶାୟିତ ଅଳସ କନ୍ୟା ବାଲୁକା ମୂର୍ତ୍ତୀ, ବିଶ୍ୱ ଶାନ୍ତି ପାଇଁ ଧ୍ୟାନ ମଗ୍ନ ବୁଦ୍ଧ ମୂର୍ତ୍ତୀ, ସି କିଙ୍ଗ୍ ଓ ମତ୍ସ୍ୟକନ୍ୟା, ପରିବେଶ ସୁରକ୍ଷା ପାଇଁ ତିନି ମାଙ୍କଡ, ପ୍ରସ୍ତର କନ୍ୟା ବାଲୁକା କଳାକୃତିର ଚିତ୍ର ।

ସୂଚନାଯୋଗ୍ୟ ଯେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରତିଦିନ ବାଲୁକା କଳା ମାଧ୍ୟମରେ କରୋନା ସଂକ୍ରମଣ ରେକିବା ନେଇ ଲୋକଙ୍କୁ ସଚେତନ କରୁଛନ୍ତି । କେତେବେଳେ ଘରେ ସୁରକ୍ଷିତ ରହିବାର ବାର୍ତ୍ତା ଦେଉଛନ୍ତି ତ କେତେବେଳେ ହାତ ତିଆରି ମାସ୍କ ବ୍ୟବହାର କରିବା ନେଇ ସଚେତନ କରୁଛନ୍ତି ।

Leave A Reply

Your email address will not be published.