Latest Odisha News

BREAKING NEWS

ଶାହିନ ବାଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି; ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଂଜିକରଣ(ଏନସିଆର) ବିରୁଦ୍ଧରେ ଗତ ୨ମାସ ହେଲାଣି ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନକାରୀଙ୍କୁ ହଟାଇବା ଆଦେଶ ଦେବାକୁ ମନା କରିଛନ୍ତି । କିନ୍ତୁ ଅଧିକ ଦିନ ପାଇଁ କୌଣସି ସାର୍ବଜନିକ ରାସ୍ତାକୁ ବନ୍ଦ କରାଯାଇପାରିବନି ବୋଲି କହିଛନ୍ତି ।

ଶାହିନ ବାଗ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ମାମଲାରେ ଦିଲ୍ଲୀ ପୁଲିସ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ମାଗିଛନ୍ତି । ସୁପ୍ରିମକୋର୍ଟରେ ୧୭ ଫେବୃଆରୀକୁ ଏହା ଉପରେ ଆସନ୍ତା ଶୁଣାଣି ହେବ

Leave A Reply

Your email address will not be published.