Latest Odisha News

BREAKING NEWS

ସ୍ଵର୍ଗଦ୍ୱାରର ହେବ ନବକଳେବର; ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପୁରୀ: ସ୍ୱର୍ଗଦ୍ୱାର ହେବ ନବକଳେବର । ଚାଲିଛି ସ୍ୱର୍ଗଦ୍ୱାରର ପୁନରୁଦ୍ଧାର କାର୍ଯ୍ୟ। ପୁନରୁଦ୍ଧାର ସହ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ । ପୁରୀର ଆଉ ଏକ ଆକର୍ଷଣ ପଲଟିବ ସ୍ୱର୍ଗଦ୍ୱାର ଶବଦାହ ପାଇଁ ଆସୁଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା । ପୁରୀ ଜିଲ୍ଲାପାଳ ନିଜେ ସ୍ୱର୍ଗଦ୍ୱାର ଅଂଚଳ ପରିଦର୍ଶନ କରି ଏହାର ନିର୍ମାଣ କାମର ସମୀକ୍ଷା କରିଛନ୍ତି ।

ଏଠାକୁ ଶବ ବାଦ ପାଇଁ ଆସୁଥିବା ବ୍ୟକ୍ତି ଯେପରି ଉତ୍ତମ ବ୍ୟବହାର ସହ ସମସ୍ତ ସୁବିଧା ସୁଯୋଗ ପାଇବେ ସେ ଦିଗରେ ପୁରୀ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକମାନଙ୍କର ମଧ୍ୟ ବୈଠକ ହୋଇଛି । ପୌରସଂସ୍ଥା କର୍ମଚାରୀ ଏସବୁ କାମର ତଦାରଖ କରିବେ ।

Leave A Reply

Your email address will not be published.