Latest Odisha News

BREAKING NEWS

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ ଫୁଡ଼ର ସ୍ଵାଦବି ବେଶ୍ ବଢିଆ । ଖାଦ୍ୟ ଉପରେ ଏମିତି ଏକ ହିଟ ଏକ୍ସପେରିମେଂଟ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

କୋଲକାତାର ସେଫ ସ୍ୱାତୀ ଦିଦି କରିଛନ୍ତି ରସଗୋଲା ଉପରେ ଏକ ଅଜବ ଏକ୍ସପେରିମେଣ୍ଟ। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପଶ୍ଚିମବଙ୍ଗଳାର ସ୍ବତୀ ରସଗୋଲା ଉପରେ ଏକ୍ସପେରିମେଣ୍ଟ କରି ଗୋଟିଏ କି ଦୁଇଟି ନୁହେଁ , ବନେଇଛନ୍ତି ୨୭୦ ପ୍ରକାର ରସଗୋଲା । ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।

ଏହି ରସଗୋଲା ଦେଖିବାକୁ ଯେତିକି ସୁନ୍ଦର ଏହାର ସ୍ଵାଦବି ସେତିକି ଭଲ।

୧୨ ଶହ ଶତାବ୍ଦୀରୁ ରସଗୋଲାକୁ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଭାବେ ବ୍ୟବହାର କରାଯାଉଛି । ଯେତେବେଳେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ମତଭେଦ ଚାଲିଥିଲା ସେତେବେଳେ ସ୍ବାତୀ ଦିଦି ରସଗୋଲାକୁ ଏପରି ରୂପ ଦେଉଥିଲେ, ଯେଉଁଥିରେ ଖାଇବା ଲୋକର ରସଗୋଲା ପ୍ରତି ଦୃଷ୍ଟିକୋଣ ହିଁ ବଦଳିବାକୁ ଲାଗିଥିଲା ।

ପ୍ରଥମେ ୫୦ ଟି ଫ୍ଲେବରର ରସଗୋଲାରୁ ସ୍ୱାତୀ ନିଜ ବିଜନେସ ଆରମ୍ଭ କରି ବର୍ତ୍ତମାନ ୨୭୦ ଟି ଫ୍ଲେବରରେ ପହଞ୍ଚିଛି । ସ୍ବାତୀଙ୍କ ରସଗୋଲା ଫ୍ଲେବର ମଧ୍ୟରେ ରହିଛି ତାରଭୁଜ, ଲିଚି, କଲରା, ଜାମୁ କୋଳି ଏଭଳି ଆହୁରି ଅନେକ ।

ସ୍ବାତୀ ଦିଦି ପ୍ରତିଦିନ ୧୦୦ କେଜି ରସଗୋଲା ପ୍ରସ୍ତୁତ କରନ୍ତି । ସବୁଠୁ ବଡ଼ କଥା ହେଲା ଏହି ରସଗୋଲା ଗୁଡିକ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ହେଉଛି । କୌଣସି କେମିକାଲ କିମ୍ବା ଅପ୍ରାକୃତିକ ଜିନିଷର ମିଶ୍ରଣ ଏଥିରେ ହେଉନାହିଁ ।

ପ୍ରଥମଥର ଦୁନିଆକୁ ଚାଖିବାକି ମିଳିଲା ନାଖାଲି ମିଠା, ବରଂ ରାଗ, ଖଟା ଆଉ ପିତା ରସଗୋଲା ମଧ୍ୟ । ଏହା ଛଡା ସ୍ବାତୀଙ୍କ ଏହି ରସଗୋଲା ତାଲିକାରେ ରହିଛି କେଶର ରସଗୋଲା, ଗୁପଚୁପ ରସଗୋଲା, ଗୋଲାପ ଫୁଲ ଫ୍ଲେବରର ରସଗୋଲା । ଥରେ ଭାବନ୍ତୁ ଆପଣ ଖାଉଥିବେ ରସଗୋଲା କିନ୍ତି ସ୍ୱାଦ ଆସିବ ଗୁପଚୁପର । ଲାଗୁଛି ନା ଆଶ୍ଚର୍ଯ୍ୟ ।

ଫଳ ଓ ପନିପରିବାର ସ୍ଵାଦରୁ ରସଗୋଲା ତିଆରି କରିବାର ଏହି ପ୍ରେରଣା ସ୍ବାତୀ ନିଜ ମା’ଙ୍କ ଠାରୁ ପାଇଥିବା କହନ୍ତି । ସ୍ବାତୀ ଦିଦିଙ୍କ ମାଆ ଏକ ମଧୁମେହ ରୋଗୀ । ଯାହାଙ୍କୁ ମିଠା ଖାଇବା ମନା । ସ୍ବାତୀ ନିଜ ମାଆଙ୍କ ପାଇଁ ସବୁ ସମୟରେ ଏହି ଭଳି ରସଗୋଲା ତିଆରି କରନ୍ତି। ମାଆ ମଧ୍ୟ ବହୁତ ପସନ୍ଦ କରନ୍ତି ସ୍ୱାତୀଙ୍କ ଏହି ରସଗୋଲାକୁ । ତେବେ ସ୍ବାତୀ ନିଜର ଏହି ଆଇଡ଼ିଆକୁ ନେଇ ବିଜନେସ କରିବାକୁ ତାଙ୍କ ମାଆ ହିଁ ପ୍ରଥମେ ତାଙ୍କୁ କହିଥିଲେ। ଏହାପରେ ସ୍ବାତୀ ବିଭିନ୍ନ ଫ୍ଲେବରର ରସଗୋଲା ପ୍ରସ୍ତୁତ କରି ନିଜ କଲୋନୀର ଲୋକଙ୍କୁ ଏହାର ସ୍ୱାଦ ପରଖିବାକୁ ଦେଇଥିଲେ । ସମସ୍ତେ ସ୍ୱାତୀଙ୍କ ଏହି ଭିନ୍ନ ଧରଣର ରସଗୋଲାକୁ ଭୁରିଭୁରି ପ୍ରଶଂସା କରିଥିଲେ। ସ୍ବାତୀଙ୍କୁ ରସଗୋଲାର ଯାଦୁ ସୋସିଆଲ ମିଡିଆରେ ବିଛେଇ ହୋଇଯିବା ପରେ ତାଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଲା । ଏହାପରେ

ଏହାପରେ ପଶ୍ଚିମବଙ୍ଗଳାର ‘ଚିଫ୍ ମିନିଷ୍ଟର ଫୁଡ଼ ଫେଷ୍ଟିଭାଲ’ରେ ସ୍ୱାତୀଙ୍କୁ ନିଜର ଏହି ଅଦ୍ଭୁତ ରସଗୋଲା ପରିବେଷଣ କରିବାର ସୁଯୋଗ ମିଳିଲା। ଯାହା ସେଠାରେ ତାଙ୍କୁ ମିଳିଥିବା ମାଇଲେଜ ଯୋଗୁଁ ତାଙ୍କ ବିଜନେସକୁ ୫ ଗୁଣ ଅଧିକ ବେଗରେ ଚାଲିବା ଆରମ୍ଭ କରିଥିବା କାହନ୍ତି ସ୍ୱାତୀ ।

ଏଇଠି ଅଟକି ଯାଇନାହିଁ ସ୍ୱାତୀଙ୍କ ସ୍ୱପ୍ନ । ୨୭୦ ଟି ଫ୍ଲେବରରୁ ଆଗକୁ ବଢି ୫୦୦ ରେ ପହଞ୍ଚିବାର ଲକ୍ଷ୍ୟ ରଖିଥିବା କହନ୍ତି ସ୍ୱାତୀ ।

Leave A Reply

Your email address will not be published.