Latest Odisha News

BREAKING NEWS

Browsing Tag

Sabudina Sahitya

କବିତା : ଲମ୍ଫ

ଦେବାଶିଷ ଦାଶ କାଦୁଆ ନଈକୂଳ, ଖସଡା ବାଟ, ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି ଖସି ଯାଉଛି ପାଦ । ଥରେ ପଡିଗଲେ ଏଇଠି ଅକାତକାତ ଜଳ, ତା'ପରେ କେତେ ଛାଟୁଥିବି ଗୋଡ଼ହାତ କେତେ କରୁଥିବି ଦୁର୍ବାର ପ୍ରୟାସ ପୁଣି ଛୁଇଁବାକୁ ମାଟି । କେତେ ଦିନ ଆଉ ଚାଲିଥିବ ଏଇ ଛାଇ ଆଲୁଅର…

କବିତା : କ୍ୟାଲେଣ୍ଡର ଆଉ ତୁମେ

ଅର୍ପିତା ମଲ୍ମିକ  କ୍ୟାଲେଣ୍ଡରର ପୃଷ୍ଠା ଓଲଟେଇବାଟା କେଉଁ ଏକ ବଡ କଥା ଯେ , ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଦିନ ପରେ ଆଉ ଗୋଟେ ଦିନ ସବୁଦିନ ବଦଳେଇ ଦିନେ ତୁମେ ବି ବଦଳି ଗଲ କ୍ୟାଲେଣ୍ଡର ପରି ଫଗୁଣରୁ ଶ୍ରାବଣକୁ ଓଲଟେଇ ହେଲ ଶୀତର ପ୍ରକୋପରେ ବି ତୁମେ , ଗ୍ରୀଷ୍ମର…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

କବିତା : ଜୀବନକୁ ଭଲ ପାଉଥିବା ଝିଅ

ସୁଜାତା ମିଶ୍ର  ଜୀବନକୁ ଭଲ ପାଉଥିବା ଝିଅ.. ଚଢ଼େଇଟିଏ ହୋଇ ଟୁବ୍ କିନା ବୁଡି ଯାଉଥାଏ କଇଁ ଫୁଲ ଫୁଟା ପାଣି କୁଣ୍ଡରେ.., କଷି ଜହ୍ନି ହୋଇ ଓହଳି ପଡ଼େ ରଞ୍ଜ ଦିଆ ଲତାରେ, ଗୋବର ଖତ କାଦୁଅ ଭିତରେ ଝରି ଯାଏ ହୋଇ ମାଟିର ବାସ୍ନା, ବ୍ରହ୍ମ କମଳ ପାଖୁଡ଼ାରେ ଟଳମଳ ହୁଏ ଲୁହ…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି ପଡୋଶୀ ସାଜି ଆମ ଆଖ ପାଖରେ ଅବେଳରେ କରୁଥାନ୍ତି କିଚିରି ମିଚିରି। ଆମର ତ ମୋଟାମୋଟି ଯନ୍ତ୍ର ଜୀବନ ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି। ସେମାନେ ତ ଏମିତି ଓଳିଆରୁ ଗଜା ସହଜରେ…

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ  କଲରବ ଥମିଯିବା ପରେ ମୁଁ ପ୍ରବେଶ କରେ ମଞ୍ଚରେ ଦ୍ୱାରଦେଶରେ ଛିଡ଼ା ହୋଇ ଦୂରରୁ ଭାସି ଆସୁଥିବା ପ୍ରତିଧ୍ଵନିମାନଙ୍କରୁ ଆବିଷ୍କାର କରିବାର ଚେଷ୍ଟାକରେ ମୋର ଭବିଷ୍ୟତରେ କ'ଣ ଲେଖା ଅଛି । ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର ଶାଣିତ ଦୃଷ୍ଟି…

ଅନୁବାଦ ଗଳ୍ପ : ହୋଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୯   ମୂଳ ସିନ୍ଧୀ : ଅମର ଜଲିଲ  ସବୁଦିନ ପରି ସେ ତରବରିଆ ଭାବେ ଦୌଡ଼ି ଦୌଡ଼ି ଆସୁଥିଲା । ତା’ କାନ୍ଧରେ ସ୍କୁଲ ବ୍ୟାଗଟି ଝୁଲୁଥିଲା ଓ ସେ ସିଧା ଚାଲିଲା ରୋଷେଇଘର ଆଡ଼େ । ମୋ କୋଠରୀର ବସି ଝର୍କାପଟୁ ମୁଁ ତାକୁ ଲକ୍ଷ୍ୟ କରୁଥିଲି ।…

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…