Latest Odisha News

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କୀ ହମଲା

କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ପ୍ରାଥମିକ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମର ତଥ୍ୟ ଅନୁସାରେ, ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି ସୁରକ୍ଷା କର୍ମୀ ।

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ, ଆଜି ସକାଳୁ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂ ଭିତରେ ପ୍ରବେଶ କରିଥିଲେ ଚାରି ଜଣ ଆତଙ୍କବାଦୀ । ସେମାନଙ୍କ ପାଖରେ ଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଆତଙ୍କବାଦୀମାନେ ପୋଲିସ ପୋଷାକରେ ଆସି ବିଲଡିଂ ଭିତରେ ପ୍ରବେଶ କରିଥିଲେ ।

ପ୍ରଥମେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂର ମେନ୍ ଗେଟ୍ ଆଗରେ ଫାୟାରିଂ କରିଥିଲେ ଆତଙ୍କବାଦୀ । ଏହାପରେ ଭିତରେ ଚଳାଇଥିଲେ ଆଖିବୁଜା ଗୁଳି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପାକିସ୍ତାନ ରେଞ୍ଜର୍ସ ଓ ପୋଲିସ ଟିମ୍ । ଗୁଳି ବିନିମୟରେ ତିନି ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । କିଛି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ବିଲିଂରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

Leave A Reply

Your email address will not be published.