Latest Odisha News

BREAKING NEWS

ଏସିଆ କପ୍ କ୍ରିକେଟ ୨୦୨୧କୁ ଘୁଂଚିଲା, ଶ୍ରୀଲଙ୍କା ଆୟୋଜକ ହେବ

ମୁମ୍ବାଇ: ଦିନକ ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଗୁରୁବାର ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ୨୦୨୧ରେ ଶ୍ରୀଲଙ୍କା ଏହା ଆୟୋଜିତ ହେବ । ପୂର୍ବରୁ ପାକିସ୍ତାନ ଏହାର ଆୟୋଜକ ଥିଲା । ଏବେ ୨୦୨୨ରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଂଟ ଖେଳାଯିବ ।

ଏସିଆ କପ୍ ଗତବର୍ଷକୁ ଘୁଂଚିଯିବା ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜନ ଆଶା ଉଜ୍ଜବୀତ ହୋଇଛି । ଯଦି ଟି୨୦ ବିଶ୍ୱକପ ଆୟୋଜିତ ନ ହୁଏ ତାହାହେଲେ ଆଇପିଏଲ ଆୟୋଜନ ପାଇଁ ୨ଟି ବିକଳ୍ପ ରହିବ । ୧୦ ଜୁଲାଇ ଆଇସିସି ବୈଠକରେ ବିଶ୍ୱକପ ସମ୍ପର୍କରେ ନିଷ୍ପତି ନିଆଯିବ ।

Leave A Reply

Your email address will not be published.