Latest Odisha News

BREAKING NEWS

କରୋନା ସହ ଲଢ଼ିବାକୁ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଅର୍ଥନୀତିକୁ ମଜବୁତ କରିବା ପାଇଁ ୪ଟି କ୍ଷେତ୍ରକୁ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ କୃଷି, ଗ୍ରାମୀଣ ଅର୍ଥନୀତି, ଏମ୍‌ଏସ୍‌ଏମ୍‌ଇ, ଜନସ୍ୱାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନକୁ ଫୋକସରେ ରଖାଯାଇଛି । ମହାମାରୀ କରୋନାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେବ । ଏନେଇ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ।

ମହାମାରୀ କରୋନା ସହ ଲଢ଼ିବା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡର ବୈଠକ ବସିଥିଲା । ଏଥିରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଯୋଗଦେଇ କହିଛନ୍ତି ଯେ, ନୋଡାଲ ଏଜେନ୍ସି ଭାବେ ନବ କୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା ପରିଷଦ କାମ କରିବ । ଏଥିସହ ଅର୍ଥନୈତିକ ବିଶାରଦ, ସାମାଜିକ କର୍ମୀ, ଯେଉଁମାନଙ୍କ ଏ କ୍ଷେତ୍ରରେ ପାରଦର୍ଶିତା ଅଛି ସେମାନଙ୍କଠାରୁ ମଧ୍ୟ ପରାମର୍ଶ ନିଆଯିବ । କରୋନା ମହାମାରୀ ସମୟରେ ଅର୍ଥନୀତିରେ ସୁଧାରଣ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସଂଜୟ ଦାସ ବର୍ମା କହିଛନ୍ତି ।

Leave A Reply

Your email address will not be published.