Latest Odisha News

BREAKING NEWS

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ ଅଲଟିମେଟ ମେଡିକେଆର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି ।

ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର ମହାପାତ୍ର ଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନଥିବା ବେଳେ ଆର୍ଥିକ ଭାବେ ସମସ୍ୟା ର ସମ୍ମୁଖୀନ ହୋଇଥିଲେ । ଠିକ ଏହି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ମଧ୍ୟ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ଏହି ଘଟଣାରେ ବିବ୍ରତ ହୋଇ ତାଙ୍କ ପରିବାର ତାଙ୍କୁ ନୂଆ କରି ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ହସ୍ପିଟାଲ ସମ ଅଲଟିମେଟ ମେଡିକେଆର ରେ ଚିକିତ୍ସା କରାଇବାର ନିଷ୍ପତି ନେଇଥିଲେ ।

ତାଙ୍କୁ ସମମ ରେ ଭର୍ତି କରାଯିବା ପରେ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ରୋଗୀଜଣକ କ୍ରନିକ ଅବଷ୍ଟ୍ରକଟିଭ ପାଲମୂନାରୀ ଡ଼ିସିଜ (ସିଓପିଡି ), ଇଣ୍ଟରଷ୍ଟିସିଆଲ ଲଙ୍ଗ ଡ଼ିସିଜ (ଆଇଏଲଡି )ଏବଂ ଡାଇବେଟିସ ରୋଗରେ ପୀଡିତ ଥିଲେ ।

ସମମ ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ନେତୃତ୍ୱ ରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଟିମ ହେମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ବୁଝାଇବା ସହ ତାଙ୍କୁ ସୁସ୍ଥ କରିବା ନିମନ୍ତେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।

ଦୀର୍ଘ ଏକମାସ ଧରି ସମମ ର ଡାକ୍ତରୀ ଟିମ ତାଙ୍କୁ ନିରନ୍ତର ଓ ଉପଯୁକ୍ତ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଡାକ୍ତର ଆନନ୍ଦ ମିଶ୍ର, ଡାକ୍ତର ଅଭିଜିତ ରାହା ଏବଂ ଡାକ୍ତର ଅରୁଣ କୁମାର ସାହୁଙ୍କୁ ନେଇ ଗଠିତ ମଲ୍ଟିଡିସିପ୍ଲିନାରୀ କ୍ରିଟିକାଲ କେୟାର ଟିମ ତାଙ୍କର ଚିକିତ୍ସା କରିଥିଲେ । ନ୍ୟୁଟ୍ରିସନିଷ୍ଟ ଶ୍ରୀମତୀ ସୁଶ୍ରୀ ସଂଗୀତା ଜେନା ଏବଂ ଫିଜିଓଥେରାପିଷ୍ଟ ଡାକ୍ତର ପ୍ରିୟବ୍ରତ ସ୍ୱାଇଁ ରୋଗୀଙ୍କ ଶାରୀରିକ ଚିକିତ୍ସା ଓ ପୋଷଣର ତଦାରଖ କରିଥିଲେ ।

ସମମ ର କ୍ରିଟିକାଲ କେୟାର ଟିମ, ବିଶେଷ ଭାବେ ବିଶେଷଜ୍ଞ ଓ ମେଡିକାଲ ଷ୍ଟାଫଙ୍କ ଚିକିତ୍ସା ଓ ଯତ୍ନ, ସହଯୋଗ, ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର ଏବଂ ପ୍ରଚେଷ୍ଟା ଯୋଗୁଁ ହି ହେମନ୍ତ ସମ୍ପୂର୍ଣ ସୁସ୍ଥ ହୋଇ ପାରିଛନ୍ତି । ଏହାର ସବୁ ଶ୍ରେୟ ସମମ ଟିମ କୁ ହିଁ ଯାଉଛି । ହେମନ୍ତ ସମ୍ପୂର୍ଣ ସୁସ୍ଥ ହେବା ନେଇ ସମମ ର ଡାକ୍ତରୀ ଟିମ ଓ ଷ୍ଟାଫଙ୍କ ମଧ୍ୟରେ ବେଶ ଉତ୍ସାହ ଆଣିଦେଇଛି ।

Leave A Reply

Your email address will not be published.