Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ର ଥିମ୍ ‘ଘରେ ପରିବାର ସହ ଯୋଗ କରନ୍ତୁ’

ଭୁବନେଶ୍ୱର : ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଥିବାରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ଏକାଠି ହୋଇ ଯୋଗ କରିବେ ନାହିଁ । ତେଣୁ ପରିବାର ସହ ଘରେ ରହି ଯୋଗ କରିବା ଉପରେ ଫୋକସ ରଖାଯାଇଛି । ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍ କୀ ବାତ୍‌’ରେ ‘ମୋ ଜୀବନ ମୋ ଯୋଗ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେ ଲକଡାଉନ ସମୟରେ ଲୋକଙ୍କୁ ଘରେ ରହୁଥିଲେ ମଧ୍ୟ ଫିଟ୍ ରହିବା ଉପରେ ଗୁରୁତ୍ୱ ଦେଇଥିଲେ ।

ତେଣୁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଯୋଗ ଦିବସରେ ଥିମ୍ ରହିଛି ‘ଘରେ ପରିବାର ସହ ଯୋଗ କରନ୍ତୁ’ ।

୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୋଗର ଉପକାରିତା ନେଇ ସାରା ବିଶ୍ୱକୁ ଅବଗତ କରିବା ପାଇଁ ଉଦ୍ୟମ କରିଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଜାତିସଂଘ ଜୁନ ୨୧ କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛି ।

Leave A Reply

Your email address will not be published.