Latest Odisha News

BREAKING NEWS

ଏହିସବୁ ବେବି ପ୍ରଡକ୍ଟ ଆପଣଙ୍କୁ ଆଣିଦେବ ପିଲାଙ୍କ ଭଳି କୋମଳ ତ୍ୱଚା !

ଭୁବନେଶ୍ୱର: ବୟସ ଯେତେ ବଢିଲେ ମଧ୍ୟ ଉଭୟ ପୁରୁଷ ଓ ମହିଳା ଆସ କରନ୍ତି ସେମାନଙ୍କ ଚେହେରା କୋମଳ ଓ ଆକର୍ଷଣୀୟ ଲାଗୁ । ଏଥିପାଇଁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ନିୟମିତ ବ୍ୟବହାର କରନ୍ତି, ଯାହା ଭଲ ବଦଳରେ ତ୍ୱଚାର ଖରାପ ପ୍ରଭାବ ପକାଇଥାଏ।

ଏହିସବୁ ପ୍ରଡକ୍ଟରେ ଏତେ ପରିମାଣରେ କେମିକାଲ ଥାଏ, ଯାହା ତ୍ୱଚାକୁ ନଷ୍ଟ କରିଦେଇଥାଏ ।।ତେବେ କଣ ଆପଣ ଜାଣନ୍ତି ବେବି ପ୍ରଡକ୍ଟର ବ୍ୟବହାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ବିଶେଷଜ୍ଞଙ୍କ କହିବାନୁସାରେ, ବେବି ପ୍ରଡକ୍ଟରେ କୌଣସି ପ୍ରକାରର କେମିକାଲ ନଥାଏ । ତେଣୁ ଏହା ତ୍ୱଚା ପାଇଁ କ୍ଷତିକାରକ ହୋଇନଥାଏ ।

ବେବି ଅଏଲ : ଆପଣ ଯଦି ନିୟମିତ ରୂପେ ମେକଅପ୍ ଲଗାନ୍ତି, ତେବେ ଆପଣ ଜାଣିଥିବେ ମେକଅପ୍ ହଟାଇବା କେତେ ମୁସ୍କିଲ ହୋଇଥାଏ । କିନ୍ତୁ ଆପଣ ବେବି ଅଏଲର ସହାୟତାରେ ସହଜରେ ମେକଅପ୍ ହଟାଇପାରିବେ । ଏହା ଦ୍ୱାରା ତ୍ୱଚାରେ କୌଣସି ପ୍ରକାରର ଜଳାପୋଡା ବି ହୋଇନଥାଏ । ବେବି ଅଏଲରେ ମିନେରାଲ ଥାଏ, ଯାହା ତ୍ୱଚାକୁ ନରମ କରିଥାଏ ।

ବେବି ଲୋଶନ୍: ନିୟମିତ ଲୋଶନ୍ ସ୍ଥାନରେ ବେବି ଲୋଶନର ବ୍ୟବହାର କରନ୍ତୁ ।କାହିଁକିନା ଏହା ନନ୍-ଷ୍ଟିକ୍ ହୋଇଥାଏ । ଏହା ସହିତ ବେବି ଲୋଶନ୍ ପ୍ରୋଟେକ୍ଟିଭ୍ ଲେୟର ଭଳି କାମ କରେ । ଯାହା ତ୍ୱଚାକୁ କୁଣ୍ଡେଇ ହେବାରୁ ବଂଚାଏ ।

ବେବି ପାଉଡର : ବେବି ପାଉଡରର ଆପଣ ନିଜର ମେକଅପ୍ ସହିତ ବି ବ୍ୟବହାର କରିପାରିବେ । ଫାଉଣ୍ଡେସନ୍ ଲଗାଇବା ପରେ ହାଲୁକା ବେବି ପାଉଡର ଚେହେରା ଓ ବେକରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ମେକଅପ୍ ଦୀର୍ଘ ସମୟ ଧରି ଚେହେରାରେ ରହିଥାଏ ।

Leave A Reply

Your email address will not be published.