Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ନବରଙ୍ଗପୁରର ଏହି ୬ ଟି ଅଞ୍ଚଳ

ନବରଙ୍ଗପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । । ସୋମବାର ଦିନ ଜିଲ୍ଲାରେ ୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହିସବୁ ଅଞ୍ଚଳରେ ଆସନ୍ତା ୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ସୂଚନା।

ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାଇଘର ବ୍ଲକରୁ ସର୍ବାଧିକ ୬ ଜଣ ଏବଂ ଝରିଗାଁ ବ୍ଲକ୍‌ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ପ୍ରଶାସନ ପକ୍ଷରୁ ରାଇଘର ବ୍ଲକ୍‌ର ଗଞ୍ଜାପାରା, ଜଲଙ୍ଗପାରା, ତୁରୁପେନା, ଖାଡେଙ୍ଗା, ମୁଣ୍ଡାପାରା ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ଝରିଗାଁ ବ୍ଲକର ପାରିଆ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.