Latest Odisha News

BREAKING NEWS

ରେଳ ଷ୍ଟେସନ ଆଧୁନିକୀକରଣ: କେଉଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ୟ୍ୟକ୍ଷମ ପାଇଁ ଆଧୁନିକୀକରଣ କାର୍ୟ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବାତିଲ ହେବାକୁ ଥିବା ଟ୍ରେନ:

୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭାୟା ରାୟଗଡା-ଟିଟିଲାଗଡ଼-ରାୟପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭ ତାରିଖ ଦିନ ଏବଂ ନିଜାମୁଦ୍ଦିନ ଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ଟ୍ରେନ ବାତିଲ ରହିବ ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ:

୧୮୫୧୯/୧୮୫୨୦ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ଏବଂ ଏଲ.ଟି.ଟି. ଠାରୁ ଫେବୃୟାରୀ ମାସ ୧୯ ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁଣେ ଓ ଏଲ.ଟି.ଟି ମଧ୍ୟରେ ବାତିଲ ରହିବ ଏବଂ ଏହା ସିକନ୍ଦରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ଷ୍ଟେସନ ମାର୍ଗରେ ଚଳାଚଳ କରିବ ।
ଭୁବନେଶ୍ୱର ଠାରୁ ୧୬ ତାରିଖରେ ଛାଡିବାକୁ ଥିବା ଏବଂ ବାଙ୍ଗାଲୋର ଠାରୁ ୧୭ ତାରିଖରେ ଛାଡିବାକୁ ଥିବା ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ ।

ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :

୧୮୪୭୮/୧୮୪୭୭ ହରିଦ୍ୱାର-ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାର ଠାରୁ ଫେବୃୟାରୀ ମାସ ୨୬, ୨୮, ୨୯ ଓ ମାର୍ଚ୍ଚ ମାସ ପହିଲା ଦିନ ଏବଂ ପୁରୀ ଠାରୁ ଫେବୃୟାରୀ ମାସ ୨୬ ଓ ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ ।

ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି- ଦୌଣ୍ଡ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :

୧୧୦୨୦/୧୧୦୧୯ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି- ମାର୍ଗ ଦେଇ ଚଳାଚଳ କରିବ ।

୨୨୮୮୧/୨୨୮୮୨ ପୁଣେ-ଭୁବନେଶ୍ୱର- ପୁଣେ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଫେବୃୟାରୀ ମାସ ୧୮ ଓ ୨୫ ତାରିଖ ଏବଂ ପୁଣେ ଠାରୁ ୨୦ ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ ।

Leave A Reply

Your email address will not be published.