Latest Odisha News

BREAKING NEWS

ବଜ୍ରପାତ ଯୋଗୁଁ ସୁନ୍ଦରଗଡ଼ରେ ୩ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼ : ହକି ମ୍ୟାଚ ଦେଖୁଥିବା ବେଳେ ବଜ୍ରପାତ ଯୋଗୁଁ ୨ ଭାଇଙ୍କ ସମେତ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଶଙ୍କରବାହଲ ଗ୍ରାମରେ ହକି ମ୍ୟାଚ୍ ଚାଲୁଥିବା ବେଳେ ଏହିପରି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ ୨ ଜଣ ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନାରୁ ପ୍ରକାଶ, ରବିବାର ଅପରାହ୍ନରେ ଗ୍ରାମ ନିକଟରେ ଏକ ହକି ମ୍ୟାଚ ଚାଲୁଥିଲା । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ କିଛି ବ୍ୟକ୍ତି ନିକଟସ୍ଥ ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ । ବଜ୍ରପାତ ଗଛରେ ପଡ଼ିବାରୁ ଘଟଣାସ୍ଥଳରେ ୨ ଭାଇଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.