Latest Odisha News

BREAKING NEWS

କଟକ ଏସସିବି ମେଡିକାଲରେ ଭାଇରାଲ ହେଲା ଟିକଟକ ଭିଡିଓ

କଟକ: ପୁଣି ଭାଇରାଲ ହେଲା ନର୍ସଙ୍କ ଟିକଟକ ଭିଡିଓ । ମାଲକାନାଗିରି ପରେ ଶୋସିଆଲ ମିଡିଆରେ ଭାଇରାଲ ହୋଇଛି କଟକ ବଡ ମେଡିକାଲ ନର୍ସଙ୍କ ଟିକଟକ ଭିଡିଓ । ଭିଡିଓରେ କଟକ ଏସସିବି ମେଡିକାଲ ଅର୍ଥୋପେଡିକ ବିଭାଗର ୩ଜଣ ମହିଳାଙ୍କୁ ନାଚ ଗୀତ କରୁଥିବାର ଦେଖିବାକୁ ମିଳିଛି।

ତେବେ ୮ଟିରୁ ଅଧିକ ଭିଡିଓ ଭାଇରାଲ ହୋଇଥିବା ବେଳେ ଉକ୍ତ ନର୍ସଙ୍କୁ ଏ ବିଷୟରେ ପଚାରିବାରୁ ସେ ଏ ସମ୍ପର୍କ ରେ କିଛି ଜାଣି ନଥିବା କହିଛନ୍ତି ।

“ମୁଁ ଏହି ଭିଡିଓ ସମ୍ପର୍କରେ କିଛି ଜାଣି ନାହିଁ । ଏହି ଘଟଣା ସମ୍ପର୍କରେ ତଦନ୍ତ କରିବି” ବୋଲି ଏସସିବି ମେଡିକାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର(ଡ.)ସିବିକେ ମହାନ୍ତି କହିଛନ୍ତି ।

କିଛିଦିନ ତଳେ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଏଭଳି ଟିକଟକ ଭିଡିଓ ଭାଇରାଲ ହୋଇଥିଲା । ନର୍ସ ଜଣଙ୍କ ଏକ ନବଜାତ ଶିଶୁକୁ ବିନା ଗ୍ଲୋବ୍ସରେ ହାତରେ ଧରି ଟିକଟକ ଭିଡିଓରେ ନାଚ ଗୀତ କରୁଥିଲେ । ଭିଡିଓଟି ଭାଇରାଲ ହେବା ପରେ ୪ଜଣ ନର୍ସଙ୍କ ବିରୋଧରେ ହସ୍ପିଟାଲ ପକ୍ଷରୁ କାରଣ ଦର୍ଶାଅ ନେଟିସ ଜାରି କରାଯାଇଛିା

Leave A Reply

Your email address will not be published.