Latest Odisha News

BREAKING NEWS

ସର୍ବାଧିକ ୪୫.୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼; ୫ଟି ଜିଲ୍ଲା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ତତଲା ସହର ଭାବେ ପରିଚିତ ଥିବା ଟିଟିଲାଗଡ଼ ଆଜି ମଧ୍ୟ ଲଗାତର ଦ୍ୱିତୀୟ ଦିନ ଲାଗି ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଟିଟିଲାଗଡ଼ରେ ଶନିବାର ଦିନ ସର୍ବାଧିକ ତାପମାତ୍ରା ରହିଥିଲା ୪୫.୫ ଡିଗ୍ରୀ ସେଲସିୟସ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଓଡ଼ିଶାର ୫ଟି ଜିଲ୍ଲା ଲାଗି ୟେଲ୍ଲୋ ୱାର୍ଣ୍ଟି ଆଲର୍ଟ କରାଯାଇଛି ।

ଅଧିକ ପଢନ୍ତୁ: ରବିବାରଠୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି

ଆସନ୍ତା ମେ ୨୬ ତାରିଖ ପର୍ଯ୍ୟନ୍ତ ଯେଉଁସବୁ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲା । ଆସନ୍ତା ୩ ଦିନ ଧରି ଏହି ସମସ୍ତ ଜିଲ୍ଲା ଗୁଡ଼ିକ ଉତ୍ତପ୍ତ ରହିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ।

ଆଜି ଟିଟିଲାଗଡ଼ରେ ବ୍ୟତୀତ ଅନ୍ୟ କିଛି ସ୍ଥାନ ମାନଙ୍କରେ ଅତ୍ୟଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ରାଜ୍ୟର ଯେଉଁ ୧୨ଟି ସହରର ତାପମାତ୍ରା ଶନିବାର ଦିନ ୪୧ ଡିଗ୍ରୀରୁ ଅଧିକ ରହିଥିବାର ରେକର୍ଡ଼ କରାଯାଇଛି ସେହି ସ୍ଥାନ ଗୁଡ଼ିକ ହେଲା – ଭବାନୀପାଟଣା ୪୪.୨, ତାଳଚେର ୪୩.୮ , ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ୪୨.୫, ହୀରାକୁଦ ୪୨.୨, ସୋନପୁର ୪୨.୨, ଝାରସୁଗୁଡ଼ା ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀ ୪୧.୪ ଡିଗ୍ରୀ ସେଲସିୟସ ।

Leave A Reply

Your email address will not be published.