Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ଉତ୍ସବ; ରଥଖଳାରେ ହେବ ଚକଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଉତ୍ସବ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ। ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ପରେ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯିବ ।

କରୋନା ସଙ୍କଟ କାରଣରୁ ମନ୍ଦିର ମଧ୍ୟରେ ସମ୍ପନ୍ନ ହେଉଛି ବାହାର ଚନ୍ଦନ ନୀତି । ତେଣୁ ଶ୍ରୀକ୍ଷେତ୍ରରେ ଭଉଁରୀର ସମସ୍ତ ନୀତି ଏଥର ମଧ୍ୟ ମନ୍ଦିର ଭିତରେ କରାଯିବ ।

Leave A Reply

Your email address will not be published.