Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଦସ୍ୟ କରୋନା ଭାଇରସ ପଜିଟିଭ

ଟୋକିଓ: ଟୋକିଓ ଅଲିମ୍ପିକ କମିଟି ଅୟୋଜକ ଟିମର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ କେତେକ ଦେଶ ଏଥିନେଇ ଅନିଚ୍ଛା ପ୍ରକାଶ କରି ସାରିଛନ୍ତି ।  ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ ରାଜଧାନୀ ଟୋକିଓର ହାରୁମିଠାରେ ମୁଖ୍ୟ କାର୍ଯ୍ୟଳୟ ବିଲ୍ଡିଂରେ କାର୍ଯ୍ୟ କରୁଥିଲେ । ଏବେ ତାଙ୍କୁ ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ଓ ତାଙ୍କ ବିଷୟରେ ଅଧିକ କିଛି କୁହାଯାଇନାହିଁ ।

 କୋଭିଡ୍‌୧୯ ମହାମାରୀ କାରଣରୁ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି । ଆୟୋଜକ କମିଟିରେ ୩,୫୦୦ ଲୋକ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଗତ କେତେ ସପ୍ତାହ ହେବ ଘରେ ରହି କାର୍ଯ୍ୟ କରୁଛନ୍ତି । ସମ୍ପୃକ୍ତ ସଂକ୍ରମିତ ସଦସ୍ୟ ଜଣକ ଯେଉଁଠାରେ କାର୍ଯ୍ୟ କରୁଥିଲେ ସେ ସ୍ଥାନକୁ ଡିସ୍‌ଇନ୍‌ଫେକ୍‌ଟେଡ କରାଯିବ । ଏବେ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.