Latest Odisha News

BREAKING NEWS

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି ।

ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ ରହିବାର ବାର୍ତା ଦେଇଛି । ଏହାର ନିର୍ମାଣରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୫ ମହଲା ବିଶିଷ୍ଟ ଏହି ଷ୍ଟାଡିୟମର ୮୭ ପ୍ରତିଶତ ଅଂଶ କାଠରେ ତିଆରି ହୋଇଥିବା ବେଳେ ଏହାର ଦର୍ଶକ କ୍ଷମତା ୬୦,୦୦୦ ରହିଛି । ଜାନୁୟାରୀ ୧ରେ ଏଠାରେ ଏମ୍ପରୟର ଫୁଟବଲ କପର ଫାଇନାଲ ମ୍ୟାଚ ଖେଳାଯିବ ।

ଟୋକିଓ ଅଲିମ୍ପିକ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ । ଏହା ବ୍ୟତୀତ ଇ-ୱେଷ୍ଟେଜରେ ପ୍ରଥମ ଥର ପାଇଁ ପଦକ ପ୍ରସ୍ତୁତ କରାଯାଇଛି ।

 

Leave A Reply

Your email address will not be published.