Latest Odisha News

BREAKING NEWS

୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରିଲେ ଏହାକୁ ବାତିଲ କରି ଦିଆଯିବ: ବାକ୍‌

ଟୋକିଓ: କରୋନା ଯୋଗୁଁ ‌ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି ।କରୋନା ଯୋଗୁଁ‌ ଆଇଓସି ଓ ଜାପାନ ସରକାର ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଯଦି କରୋନା ଭୂତାଣୁର ପ୍ରକୋପ ଥିବ ତେବେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ହୋଇପାରିବନି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ।

ଜାପାନରେ ୧୭,୧୦୦ରୁ ଅଧିକ ଲୋକଙ୍କୁ କରୋନାରେ ସଂକ୍ରମିତ ହୋଇଥିଲା ବେଳେ ୭୯୭ ଜଣଙ୍କର ମୃତ୍ୟୁ ଘଟିଛି । ଆଇଓସି ଆସନ୍ତା ବର୍ଷ ଖେଳ ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ । ହେଲେ ଭୂତାଣୁର ଅବସ୍ଥାକୁ ଦେଖି ପ୍ରସ୍ତୁତ ହେବା ସହ ଖେଳାଳିମାନଙ୍କୁ ସଂଗରୋଧରେ ରଖିବାକୁ ପଡ଼ିବ ବୋଲି ବାକ୍ କହିଛନ୍ତି । ୨୦୨୧ ଜୁଲାଇ ୨୩ ବେଳକୁ ବିଶ୍ବ ପରିସ୍ଥିତି କିପରି ଥିବ ତାହାକୁ ନଜରରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବୁ ବୋଲି ଏହାର ଉତ୍ତରରେ ବାକ୍ କହିଛନ୍ତି ।

Leave A Reply

Your email address will not be published.