Latest Odisha News

BREAKING NEWS

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି ।

ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା । ଯାହା ନିଜର ସୌନ୍ଦର୍ଯ୍ୟ ଓ ନିଜର କଳା ନିମନ୍ତେ ବହୁ ପ୍ରସିଦ୍ଧ ଅଟେ।

ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ଏପରି ରହିଛି ଯେ, ଏହା ସ୍ୱର୍ଗ ଠାରୁ ମଧ୍ୟ କମ ନୁହେଁ । ଏଠାକାର ସୁନ୍ଦରତା ଏବଂ ଶାନ୍ତି ଦୁନିଆର ସବୁ ସ୍ଥାନଠାରୁ ନିଆରା ଅଟେ।

ଏହି ସ୍ଥାନରେ ହସ୍ତକର୍ମ ଅଥାତ୍‍ ହାତରେ ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ, ନିମନ୍ତେ ଏହା ବେଶ ପ୍ରସିଦ୍ଧ ଅଟେ।

ଆଣ୍ଡ୍ରେଟ୍ଟାର ନିକଟରେ ପାଲମପୁର ସହର ରହିଛି। ଯାହା ସାରା ଦୁନିଆରେ ନିଜର ଚା’ ବଗିଚା ନିମନ୍ତେ ବେଶ ପ୍ରସିଦ୍ଧି ଲାଭ କରିଛି। ଏଠାରେ ବହୁ ଛୋଟ ଛୋଟ ନଦୀ ଓ ପାହାଡ଼ ରହିଛି। ତେଣୁ ଏଠାକାର ପରିବେଶ ସର୍ବଦା ଥଣ୍ଡା ରହେ।

ଏହି ଥଣ୍ଡା ପରିବେଶ ଚା’ ବଗିଚା ପାଇଁ ଅନୁକୁଳ ଅଟେ। ଏହି ଆଣ୍ଡ୍ରେଟ୍ଟାର ନିକଟରେ ବହୁ ମନ୍ଦିର ମଧ୍ୟ ରହିଛି।

ବୈଦନାଥ ମନ୍ଦିର:

ଏହା ଉତ୍ତର ଭାରତର ସବୁଠାରୁ ପୁରୁଣା ପ୍ରଭୁ ଶିବଙ୍କର ମନ୍ଦିର। ଅନ୍ୟ ଦିନ ଅପେକ୍ଷା ଶିବରାତ୍ରି ଓ ଅନ୍ୟ ପର୍ବ ମାନଙ୍କରେ ଏଠାରେ ଭକ୍ତଙ୍କ ବହୁ ଭିଡ଼ ଜମିଥାଏ।

ବ୍ରଜେଶ୍ୱରୀ ମନ୍ଦିର:

ଐତିହାସିକ ମାନ୍ୟତା ଅନୁଯାୟୀ ଏହି ମନ୍ଦିର ନିଜର ବିଶାଳ ବୈଭବ ନିମନ୍ତେ ପ୍ରସିଦ୍ଧ ଅଟେ।

ଜ୍ୱାଳାମୁଖୀ ମନ୍ଦିର:

ଭାରତର ୫୧ଟି ଶକ୍ତି ପୀଠରୁ ଏହି ଜ୍ୱାଲାମୁଖୀ ମନ୍ଦିର ଅଟେ। ଏଠାରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ଜୀବନର ସମସ୍ତ ଦୁଃଖ ମଧ୍ୟ ଦୂର ହୋଇଥାଏ।

କିପରି ଯିବେ:

ଆଣ୍ଡ୍ରେଟ୍ଟା ପାଲମପୁର ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ କିମ୍ବା ଚଣ୍ଡୀଗଡ଼ ଠାରୁ ଏଠାକୁ ଯିବା ନିମନ୍ତେ ବସ୍‍ର ସୁବିଧା ରହିଛି।

ଟ୍ରେନରେ ଗଲେ ଏଠାକାର ନିକଟତମ ରେଳ ଷ୍ଟେସନ ପଠାନକୋର୍ଟ ଅଟେ। ସେଠାରୁ ଯେକୌଣସି ଘରୋଇ ଯାନରେ ମଧ୍ୟ ଯାଇହେବ।

Leave A Reply

Your email address will not be published.