Latest Odisha News

BREAKING NEWS

ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥଙ୍କ ଜ୍ୱର ଚିକିତ୍ସା: ଦେବବୈଦ୍ୟଙ୍କ ଜଡ଼ିବୁଟିରେ ଆରୋଗ୍ୟ ହୁଅନ୍ତି ଚତୁର୍ଦ୍ଦା ମୂରତି !

ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଚମତ୍କୃତ କରିଥାଏ । ସକାଳର ଦିନଚର୍ଯ୍ୟାରେ ଦାନ୍ତକାଠିରେ ଦାନ୍ତଘଷାରୁ ଆରମ୍ଭ କରି ଦହି ପଖାଳ ଖାଇ ଶୋଇବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆଃ ସବୁଠୁ ଅଧିକ ବିସ୍ମିତ କରିଥାଏ ସ୍ନାନ ପରେ ମହାପ୍ରଭୁଙ୍କୁ ଭୀଷଣ ଜ୍ୱର ହେବା ଏବଂ ଜ୍ୱରରେ ପୀଡ଼ିତ ଆମ ମହାପ୍ରଭୁ ଅଣସର ପିଣ୍ଡିରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସାରେ ଚିକିତ୍ସିତ ହେବା ।

ଦେବସ୍ନାନ ପୂର୍ଣର୍ିମା ଦିନ ସ୍ନାନବେଦୀ ଉପରେ ଶୀତଳା ମନ୍ଦିରର ୧୦୮ ଗରା ସୁନାକୂଅ ଜଳରେ ସ୍ନାନ କରିଥାନ୍ତି ।

 

 

ଗଜାନନ ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରି ଅପାର କରୁଣା ଲାଭ କରିଥାନ୍ତି । କଥାହେଲା ମହାପ୍ରଭୁ ସାଧାରଣ ମଣିଷଟେ ପରି ଜ୍ୱରରେ ଆକ୍ରାନ୍ତ ହୋଇପଡ଼ିଥାନ୍ତି ।

 

 

 

ଜ୍ୱରରେ ଯେପରି ଆମକୁ କଷ୍ଟ ହୋଇଥାଏ, ସେହିପରି ମାନବୀୟ ଲୀଳା କରୁଥିବା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ଅନେକ ଜ୍ୱର ଜନିତ ଯନ୍ତ୍ରଣା ଭୋଗ କରିଥାନ୍ତି । ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କର ଚିକିତ୍ସା ହୋଇଥାଏ ପାରମ୍ପରିକ ଆୟୁର୍ବେଦିକ ପଦ୍ଧତିରେ ।

ଅଣସର ପିଣ୍ଡିରେ ହେଉଥିବା ଚିକିତ୍ସା ପଦ୍ଧତିରେ ଖାଲି ମହାପ୍ରଭୁ ଜଡ଼ିବୁଟି ଖାଇନଥାନ୍ତି, ମଣିମାଙ୍କ ଦେହ ହାତ ଦରଜ ଯୋଗୁଁ ତାଙ୍କୁ ମଧ୍ୟ ଘଷା ମୋଡ଼ା କରିଥାନ୍ତି ତାଙ୍କର ପ୍ରିୟ ସେବାୟତମାନେ । କେଉଁ ଜନ୍ମରେ ପୂଣ୍ୟ କରିଥିବାରୁ ମଣିମାଙ୍କ ଦରଜ ଦେହକୁ ଘଷି ଦିଅନ୍ତି ନିଜ ହାତରେ ସେବାୟତମାନେ, ଦେହ ହାତ ମୋଡ଼ାମୋଡ଼ି କରିଦେଇ ମହାପ୍ରଭୁଙ୍କୁ ଆରାମ ଦିଅନ୍ତି ।


ଦେହରେ ଫୁଲୁରି ତେଲର ଲେପନ ଓ ଦଶମୂଳ ମୋଦକ ସେବନ କରିବେ ଯନ୍ତ୍ରଣା ଜର୍ଜରିତ ମହାପ୍ରଭୁ ଶ୍ରୀଜଗନ୍ନାଥ । ଦେହ ହାତ ଘଷା ମୋଡ଼ା କରିଦେବେ ତାଙ୍କର ଅତିପ୍ରିୟ ସେବକ, ସେବାୟତ, ବିଦ୍ୟାପତି, ପତିମହାପାତ୍ର ତଥା ବିଶ୍ୱାବସୁ ସେବକ । ଘଷାମୋଡ଼ା, ତେଲମାଲସରେ ତାଙ୍କ ଜ୍ୱର ଯନ୍ତ୍ରଣା ହେବ ଉପଶମ ଏବଂ ସମ୍ପୂର୍ଣ୍ଣ ରୋଗମୁକ୍ତ ହେବେ ମହାପ୍ରଭୁ ।

ଆଜି ଅଣସର ପିଣ୍ଡିରେ ଶ୍ରୀଅଙ୍ଗଫିଟା ନୀତି ପାରମ୍ପରିକ ଭାବେ ସରିବା ପରେ ତହିଁ ପରଦିନ ଅନୁଷ୍ଠିତ ହୁଏ ଠାକୁରଙ୍କ ଚିକିତ୍ସା ସେବା । ତେବେ ବଡ଼ ଓଡ଼ିଆ ମଠରୁ ଓøଷଧ ଅଣାଗଲା ପରେ ଦେବବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଜୀଉମାନଙ୍କୁ ଲାଗି କରାହେବ ଏହି ଫୁଲୁରୀ ତୈଳ । ଶ୍ରୀମନ୍ଦିର ନିକଟସ୍ଥ ବଡ଼ଓଡ଼ିଆ ମଠ ହିଁ ଏହି ଫୁଲୁରି ତେଲ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଥାଏ ।

ତେବେ ମହାପ୍ରଭୁଙ୍କ ଏହି ଫୁଲୁରି ତେଲରେ କେତେକ ଔଷଧୀୟ ଜଡ଼ିବୁଟି ମିଶ୍ରଣ ହୋଇଛି । ଦେବବୈଦ୍ୟଙ୍କ ପରାମର୍ଶାନୁସାରେ ଏହି ତୈଳ ସହିତ କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ , ପଟଳି, ଶାଳପର୍ଣ୍ଣି, ଅଙ୍କରାନ୍ତି, ଗୋଖରା, ଗମ୍ଭାରୀ, ଲବାଙ୍ଗ, କୁଳି, ମହୁ, ନବାତ, ଫଣଫଣା, ଲମ୍ବାଗୋତି, ଦେଶୀଘିଅ ତଥା ଖୁଆରସକୁ ମିଶ୍ରଣ ହୋଇ ଏକ ଔଷଧ ପ୍ରସ୍ତତି ହୋଇଥାଏ ।
ଦୀର୍ଘ ୭ଦିନ ଧରି ମହାପ୍ରଭୁ ଏହି ଓøଷଧୀୟ ଜଡ଼ିବୁଟି ମଶ୍ରଣ ହୋଇଥିବା ତୈଳ ସେବନ କରିବା ପୂର୍ବକ ତାଙ୍କ ଦେହରେ କିଛି ବିଶେଷ ଧରଣର ଓøଷଧ ଜଡ଼ିବୁଟି ମିଶ୍ରିତ ତୈଳ ମର୍ଦ୍ଦନ କରାଯିବ । ମହାପ୍ରଭୁଙ୍କର ଅତି ପ୍ରିୟ ସେବକମାନେ ଠାକୁରଙ୍କୁ ଘସି ଦେବେ ମୋଡ଼ିଦେଇ ଠାକୁରଙ୍କ ଅକଥନୀୟ ଯନ୍ତ୍ରଣାକୁ ଉପଶମ କରିବାକୁ ପ୍ରାଣପଣେ ଚେଷ୍ଟା କରିବେ ।

ପ୍ରକୃତରେ ତାଙ୍କର ରାଜବୈଦ୍ୟ ଓ ସେବକ ସେବାୟତଙ୍କ ସେବା ଓ ଯତ୍ନରେ ଭଲ ହୋଇଥାଏ ମହାପ୍ରଭୁଙ୍କର ଜ୍ୱର ଯନ୍ତ୍ରଣା । ମହାପ୍ରଭୁ ଏହି ଲୀଳା ମାଧ୍ୟମରେ ଜଗତକୁ କହିଦିଅନ୍ତି, ଜନ୍ମ ନେଲେ ହିଁ ଜ୍ୱର, ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ ।

ସେହିପରି ଭଗବାନଙ୍କୁ ମଧ୍ୟ ଏହା ଥରେ ହେଲେ ବି ସ୍ୱୀକାର କରିଥାନ୍ତି ।

ମହାପ୍ରଭୁଙ୍କର ଏହି କଷ୍ଟଦାୟକ ଜ୍ୱର ଯନ୍ତ୍ରଣା ଦୂର କରିବାକୁ ସମସ୍ତ ଦଇତାପତି ସେବକ, ସମସ୍ତ ବାଡ଼ଗ୍ରାହୀ, ବିଦ୍ୟାପତି ବା ପତି ମହାପାତ୍ର ସେବକ, ବିଶ୍ୱାବସୁ ସେବକ ଏବଂ ଦେବବୈଦ୍ୟମାନେ ୧୨ ଦିନ ଧରି ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି ।

 

ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହିପରି ଅନେକ ଆଶ୍ଚର୍ଯ୍ୟଜନକ ଲୀଳାକୁ ଅଙ୍ଗେ ନିଭାଇଥାଆନ୍ତି । ତେବେ ଏଥିରୁ ଗୋଟିଏ କଥା ସହଜେ ଅନୁମେୟ ଯେ, ସାଧାରଣ ମଣିଷର ଦିନଚର୍ଯ୍ୟା ପରି ନୀଳାଚଳବାସୀ ଏହି ପରଂବ୍ରହ୍ମ ରୂପୀ ଦାରୁବ୍ରହ୍ମ ମଧ୍ୟ ସମସ୍ତ ମାନବୀୟ ଲୀଳାକୁ ଅଙ୍ଗେ ନିଭାଇଥାଆନ୍ତି ।

 

 

Leave A Reply

Your email address will not be published.