Latest Odisha News

BREAKING NEWS

ଯାଜପୁରରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗରେ ବାପ ପୁଅ ଗିରଫ

ଯାଜପୁର: ଜଣେ ମହିଳାଙ୍କ ଯୌତୁକ ଜନିତ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲାରେ ବାପ ପୁଅଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନାନୁଯାୟୀ, ୨୦୧୮ରେ ଦଶରଥପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମର ସଙ୍ଗିତା ଦାସ ଦୁଦୁରନ୍ତା ଗ୍ରାମର ବିକାଶ ପରିଡ଼ାଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ । ବିବାହ ସମୟରେ ପରିବାର ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ଆଣିବାକୁ ବିବାହ ପରଠାରୁ ସଙ୍ଗୀତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ ।

ବିବାହ ସମୟରେ ଦାବି ମୁତାବକ ଯୈାତୁକ ଦିଆଯାଇଥିବା ବେଳେ ଅଧିକ ଦୁଇ ଲକ୍ଷ ଟଙ୍କା ପାଇଁ ସଙ୍ଗୀତା ଉପରେ ଚାପ ପକାଯାଉଥିଲା । ତେବେ ଗତକାଲି ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ସଙ୍ଗିତାର ମା ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ପକ୍ଷରୁ ସଫେଇ ଦିଆଯାଇଛି ।

ଖବର ପାଇ ମଙ୍ଗଳପୁର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.