Latest Odisha News

BREAKING NEWS

କରୋନା ଆକ୍ରାନ୍ତ ୨ ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଭୁବନେଶ୍ୱର: ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଓଡିଶାରେ ଦୁଇ ଜଣ କୋଭିଡ -୧୯ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି ।

ଯକୃତ ରୋଗ ଏବଂ ହେପାଟାଇଟିସ୍ ବିରେ ପୀଡିତ ଥିବା ଖୋର୍ଦ୍ଧା ଜିଲ୍ଲାର ୪୨ ବର୍ଷ ବୟସ୍କ ବ୍ୟକ୍ତି ଜଣକ ନିକଟ ଅତୀତରେ କରୋନାଭାଇରସରେ ଆକ୍ରାନ୍ତ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ମୃତ୍ୟୁ ଅଡିଟ୍ ରିପୋର୍ଟ ଅନୁଯାୟୀ ତାଙ୍କ ମୃତ୍ୟୁର କାରଣ ହେପାଟାଇଟିସ୍ ବି ସହିତ ଯକୃତ ରୋଗ ବୋଲି ଜଣାପଡିଥିଲା ।

ଅଧିକ ପଢନ୍ତୁ- ରାଜ୍ୟର ଏହି ୫ ଟି ଜିଲ୍ଲାରେ ଅଛନ୍ତି ୧୦୦୦ ରୁ ଅଧିକ କରୋନା ଆକ୍ରାନ୍ତ

ସେହିପରି ବାଲେଶ୍ୱର ଜିଲ୍ଲାର ଆଉ ଜଣେ ୭୨ ବର୍ଷୀୟ କରୋନା ରୋଗୀ ଜଣକ କ୍ୟାନସର ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.