Latest Odisha News

BREAKING NEWS

ଧ୍ୱଂସମୁଖରେ ଗନ୍ଧମାର୍ଦ୍ଦନର ପୁରାତନ କୀର୍ତ୍ତି; ଐତିହ୍ୟ ସମ୍ପନ୍ନ ପଣ୍ଡାଘର ନିବାସ, ରଜାବସା

ପଦ୍ମପୁର: ବରଗଡ଼ ଜିଲ୍ଲାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରକୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ ମନ୍ଦିର ବୋଲି କୁହାଯାଏ  । ନୃସିଂହନାଥ ମନ୍ଦିର ର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗ ହାତରେ ଥିବା ବେଳେ ଏହି ମନ୍ଦିରର ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନରୁ ଦାବି ହେଉଛି  । ଗନ୍ଧମାର୍ଦ୍ଦନ ର ଆଉ ଦୁଇଟି ପୁରାତନ ଐତିହ୍ୟ ‘ପଣ୍ତା ଘର ନିବାସ’ ଓ ଗନ୍ଧମାର୍ଦ୍ଦନ ପାହାଡ ଉପରେ ଥିବା ‘ରଜାବସା’ ବର୍ତ୍ତମାନ ଧ୍ବଂସ ମୁଖରେ ଅଛି  ।

ଏହି ଦୁଇଟି କୀର୍ତ୍ତି ସହ ଅନେକ ଭିତ୍ତିଭୂମି ଯୋଡି ହୋଇ ରହିଛି  ।  ନୃସିଂହନାଥ ନିକଟରେ ଥିବା ‘ପଣ୍ତା ଘର ନିବାସ’ ଯାହା ଐତିହାସିକ ମାନଙ୍କ ମତରେ, ଏହାର ନିର୍ମାଣ ସମୟ ପାଞ୍ଚ ଶହ ବର୍ଷରୁ ଅଧିକ ହେବ । ପାଟଣା ମହାରାଜ ମନ୍ଦିର ପ୍ରତିଷ୍ଠା କଲାପରେ ମନ୍ଦିରର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ‘ପଣ୍ତା ଘର ନିବାସ’ ଉପରେ ନ୍ୟସ୍ତ ଥିଲା  ।ପାଖରେ ଏକ ପୁଷ୍କରିଣୀ ମଧ୍ୟ ଅଛି  । ଏହି ନିବାସ ଏବେ ଧ୍ବଂସ ମୁଖରେ ।

ପଣ୍ତା ଘର ନିବାସ ର ଜଣେ ବଂଶଧର ଶ୍ରୀ ସୁବୋଧ ପଣ୍ତା ବର୍ତ୍ତମାନ ନୃସିଂହନାଥ ମନ୍ଦିରରେ ସେବାୟତ ଭାବେ କାର୍ଯ୍ୟ କରୁଛନ୍ତି  । ଠିକ୍ ସେହିପରି ଗନ୍ଧମାର୍ଦ୍ଦନ ଶିଖର ଉପରେ ନୃସିଂହନାଥ ଠାରୁ ୧୦ କିଲୋ ମିଟର ଓ ହରି ଶଙ୍କର ମନ୍ଦିର ଠାରୁ ୮ କିଲୋ ମିଟର ଦୂରରେ ଏକ ପୁରାତନ କୀର୍ତ୍ତି ‘ରଜାବସା’ ଅବସ୍ଥିତ । ଐତିହାସିକ ଡା ନବୀନ ସାହୁଙ୍କ ମତରେ ଏହାର ନିର୍ମାଣ ପାଖାପାଖି ତିନିଶହ ବର୍ଷ ହେବ ।

ଏହି ଦୁଇଟି ପୁରାତନ କୀର୍ତ୍ତି ବର୍ତ୍ତମାନ ଧ୍ବଂସ ମୁଖରେ  । ରାଜ୍ୟ ସରକାର ଏହାର ପୁନଃରଦ୍ଧାର କରିବା ପାଇଁ ଦାବି ହେଉଛି   ।

Leave A Reply

Your email address will not be published.