Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ଗ୍ୟାସ୍ ଲିକ୍, ଦୁଇ ଜଣଙ୍କର ମୃତ୍ୟୁ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ବିଷାକ୍ତ ବେଞ୍ଜିମିଡାସୋଲ୍ ଗ୍ୟାସ୍ ଲିକ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇଛନ୍ତି ଆଉ ଚାରି ଜଣ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରଓ୍ୱାଡାରେ ଥିବା ସାଇନର ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଏହି ଗ୍ୟାସ୍ ଲିକ୍ ହୋଇଛି ।

ଗତକାଲି ରାତି ସାଢ଼ା 11ଟା ବେଳେ ସାଇନର ଲାଇପ୍ଗ୍ୟା ସାଇନ୍ସରେ ଗ୍ୟାସ ଲିକ୍ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଅସୁସ୍ଥଙ୍କୁ ଉଦ୍ଧାର କରି ତୁରନ୍ତ ପଠାଇଥିଲେ ହସ୍ପିଟାଲ । ମୃତକମାନେ ହେଲେ କମ୍ପାନୀର କର୍ମଚାରୀ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବର୍ତ୍ତମାନ କାରଖାନାକୁ ବନ୍ଦ କରି ଦିଆଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ବେଞ୍ଜିମିଡାସୋଲ୍ ଗ୍ୟାସ ଅନ୍ୟ କୁଆଡ଼େ ବ୍ୟାପି ନାହିଁ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ଗ୍ୟାସ୍ ଲିକ୍ କଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.