Latest Odisha News

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ, ଯଶସ୍ୱୀ ଜୟସୱାଲଙ୍କ ବିସ୍ଫୋରକ ଶତକ : ଫାଇନାଲରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲାରେ ଭାରତ ଯଶସ୍ୱୀ ଜୟସୱାଲ(୧୦୫) ଓ ଦିବ୍ୟାଂଶ ସକ୍ସେନା(୫୯)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ୧୦ ଉଇକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ।

୧୭୩ ରନର ପାକିସ୍ତାନ ପ୍ରଦତ ବିଜୟ ଲକ୍ଷ୍ୟକୁ ଭାରତ ୩୫.୨ ଓଭରରେ ହାସଲ କରି ନେଇଥିଲା । ଯଶସ୍ୱୀ ଓ ଦିବ୍ୟାଂଶ ପ୍ରଥମ ଉଇକେଟରେ ୧୭୬ ରନର ଅପରାଜିତ ପାର୍ଟନରଶିପ୍ ସଂଗ୍ରହ କରିଥିଲେ ।

ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶସ୍ୱୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟୁର୍ନାମେଂଟରେ ଉଭୟ ଦଳ ଅପରାଜେୟ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିଲେ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି ।

Leave A Reply

Your email address will not be published.