Latest Odisha News

BREAKING NEWS

୭ମ ଥର ପାଇଁ ଟାଇଟଲ ମୁକାବିଲାରେ ଭାରତ

ପୋଚେଫ୍ରୁଷ୍ଟ୍ରୁମ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି । ମଙ୍ଗଳବାର ଭାରତ ୧୦ ଉଇକେଟରେ ପାକିସ୍ତାନକୁ ସେମି ଫାଇନାଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲର ବିଜେତାଙ୍କୁ ଭେଟିବ । ୯ରେ ଫାଇନାଲ ଖେଳାଯିବ । ଆସନ୍ତୁ ଜାଣିବା ଏହି ମ୍ୟାଚର କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

  • ଭାରତ ୭ ଥର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ୫ ଥର ଲେଖାଏଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।
  • ସେମିରେ ଶତକ ହାସଲ କରିଥିବା ଖେଳାଳିମାନେ ହେଲେ ରନବିତ ରିକି, ଚେତେଶ୍ୱର ପୂଜାରା, ଶୁଭମ ଗିଲ୍ ଓ ଯଶସ୍ୱୀ ଜୈସୱାଲ ।
  • ଭାରତ ପକ୍ଷରୁ ୧୯ ବର୍ଷରୁ କମ୍ ବିଶ୍ୱକପରେ ସର୍ବାଧିକ ପାର୍ଟନରଶିପ୍ ସଂଗ୍ରହ କରିଥିବା ଖେଳାଳିମାନେ ହେଲେ- ଏମ, ବିସଲା-ପାର୍ଥୀବ ପଟେଲ (୧୮୩), ଏମ.କାର୍ଲା-ପୃଥ୍ୱୀ ଶ(୧୮୦), ଯଶସ୍ୱୀ ଜୈସୱାଲ- ଡି.ସକ୍ସେନା (୧୭୬ଞ୍ଚ), ଏସ.ଧାୱନ-ଆର.ଉଥପ୍ପା (୧୭୫) ଓ ଏଚ.ଦେଶାଇ-ଏସ.ଗିଲ (୧୫୫ଞ୍ଚ) ।
  • ଚଳିତ ଟୁର୍ନାମେଂଟରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି ।
Leave A Reply

Your email address will not be published.