Latest Odisha News

BREAKING NEWS

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ର ସରକାର ପକ୍ଷରୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଦୀର୍ଘଦିନର ରାଜନୈତିକ ଅଚଳାବସ୍ଥା ଦୂର ହୋଇଥିଲା । ମାତ୍ର ଆଜି ଆସ୍ଥାଭୋଟରେ ବିଜୟ ହାସଲ କରିବା ପରେ ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି ।

ଆଜି ଗୃହରେ ଆସ୍ଥାଭୋଟ ଅନୁଷ୍ଠିତ ହେବାପୂର୍ବରୁ ଦେବେନ୍ଦ୍ର ଫଡ଼ନାଭିସଙ୍କ ଭାରତୀୟ ଜନତା ପାର୍ଟି (ବିଜେବି) କକ୍ଷତ୍ୟାଗ କରିଛି ।

ଶନିବାର ଦିନ କଂଗ୍ରେସ ନେତା ଅଶୋକ ଚହ୍ୱାନ ଉଦ୍ଧବ ଠାକରେ ସରକାରଙ୍କ ଲାଗି ଗୃହରେ ଅସ୍ଥା ଭୋଟର ପ୍ରସ୍ତାବ ରଖିଥିଲେ । ଶ୍ରୀ ଚହ୍ୱାନଙ୍କ ଏହି ପ୍ରସ୍ତାବକୁ ଏନସିପି ନେତା ନୱାବ ମଲ୍ଲିକ ଏବଂ ଶିବସେନା ନେତା ସୁନୀଲ ପ୍ରଭୁ ସମର୍ଥନ ସହିତ ଅନୁମୋଦନ କରିଥିଲେ ।

ଆଜି ଏହି ଆସ୍ଥାଭୋଟରେ ୧୬୯ ବିଧାୟକ ସରକାରଙ୍କୁ ସମର୍ଥନ କରିଥିବା ବେଳେ ୪ ଜଣ ବିଧାୟକ କାହାରିକୁ ଭୋଟ ଦେଇନାହାନ୍ତି ।

ଆଜି ପୂର୍ବତନ ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, କାମଚଳା ବାଚସ୍ପତିଙ୍କ ନିଯୁକ୍ତି ଭୁଲ୍ ପ୍ରକ୍ରିୟାରେ ହୋଇଛି । ପୂର୍ବରୁ ଉଦ୍ଧବ ସରକାରରେ କିଛି ମନ୍ତ୍ରୀମାନେ ଯେଉଁଭଳି ଭାବେ ଶପଥ ପାଠ କରିଥିଲେ ସେଥିରେ ମଧ୍ୟ ତ୍ରୁଟି ରହିଥିଲା । କିଛି ସଦସ୍ୟ ସୋନିଆ ଗାନ୍ଧୀଙ୍କ ନାମରେ ତ କିଛି ବାଲା ସାହେବ ଠାକରେଙ୍କ ନାମରେ ଶପଥ ପାଠ କରିଥିଲେ ଯାହାକି ଅସମ୍ବିଧାନିକ ଅଟେ ।

Leave A Reply

Your email address will not be published.