Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗ ଦିବସ: ସୂର୍ଯ୍ୟ ନମସ୍କାରରେ ଯୋଗ ଦେବାପାଇଁ ସମସ୍ତଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ପୂର୍ବବର୍ଷ ପରି ବାହାରେ ପାଳିତ ହେଉନଥିଲେ ମଧ୍ୟ ଅନେକ ରାଷ୍ଟ୍ରରେ ଘରେ ରହି ସମସ୍ତେ ଯୋଗ ଦିବସ ପାଳନ କରିବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ଵାଧୀନ)  ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧, ୨୦୨୦ରେ ସେ ପୁରୁଣା କିଲ୍ଲାଠାରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ । ସମସ୍ତେ ନିଜ ନିଜ ଘରେ ରହି ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଗଦେବାକୁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ: ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ର ଥିମ୍ ‘ଘରେ ପରିବାର ସହ ଯୋଗ କରନ୍ତୁ’

ଶ୍ରୀ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବିଶ୍ୱକୁ ଯୋଗ ଦିବସ ଉପହାର ସ୍ୱରୂପ ଦେଇଛନ୍ତି ଏବଂ ଆମେ ଆମର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ଉଚିତ ।

ସୋସିଆଲ ମିଡିଆରେ ଶ୍ରୀ ପଟେଲ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୧୦ ମିଲିୟନ ସୁର୍ଯ୍ୟ ନମସ୍କାର ଏବଂ  ନମସ୍ତେ ଯୋଗ ବ୍ୟବହାର କରି ସେମାନଙ୍କର ସୂର୍ଯ୍ୟ ନମସ୍କାର ଭିଡିଓ ପୋଷ୍ଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ ଏବଂ ଏହା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ ।

ସୋସିଆଲ ମିଡିଆରେ ସଂସ୍କୃତି ମନ୍ତ୍ରୀଙ୍କ ଏହି ବାର୍ତ୍ତା ବହୁ ପ୍ରତିକ୍ରିୟା ପାଇବାରେ ଲାଗିଛି । ସେ ଆଶା କରିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ରେ ପ୍ରାୟ ୧୦ ଲକ୍ଷ ଲୋକ ନିଜ ନିଜ ଘରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଡିହେବେ ।

Leave A Reply

Your email address will not be published.