Latest Odisha News

BREAKING NEWS

ଭାରତକୁ ଭେଂଟିଲେଟର ଦେବ ଆମେରିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଏବେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ଭିତରେ ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ଆକ୍ରାନ୍ତଙ୍କ ଚିକିତ୍ସାଲାଗି ଭାରତକୁ ଭେଂଟିଲେଟର ଯୋଗାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି ଯେ, ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଯୋଗାଇବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଟିକା ବାହାର କରିବା ପାଇଁ ଭାରତ ସହ ଆମେ ମିଳିତ ଭାବେ କାର‌୍ୟ୍ୟ କରୁଛୁ। ଏକାଠି ହୋଇ ଆମେ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।

ଟ୍ରମ୍ପଙ୍କ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରି-ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ଏହି ବିଶ୍ୱ ମହାମାରୀକୁ ଆମେ ମିଳିମିଶି ଆଗାମୀ ଦିନରେ ହରାଇବା । ଏଭଳି ସମୟରେ ପରସ୍ପରକୁ ସହଯୋଗ କରି କାମ କରିବା ଦରକାର । ଆଗାମୀ ଦିନରେ ଏହି ବନ୍ଧୁତ୍ୱକୁ ଆହୁରି ଶକ୍ତିଶାଳୀ ହେଉ ।
ସୂଚନାଥାଉ କି, ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକାକୁ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଭାରତ ପଠାଇଥିଲା। ଏହାକୁ ନେଇ ଭାରତର ସହାୟତାକୁ ନାଲ୍ଡ ଟ୍ରମ୍ପ ବେଶ୍ ପ୍ରଶଂସା କରିଥିଲେ।

Leave A Reply

Your email address will not be published.