Latest Odisha News

ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !

ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି।

ବେଳେବେଳେ ଏହି ଝଗଡ଼ା ବହୁତ ବଢ଼ିଯାଇଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଆପଣଙ୍କ ଦୀର୍ଘଦିନର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଯାଏ । ସମ୍ପର୍କଟିଏ ଭାଙ୍ଗିଯିବା ପରେ ଏଥିପାଇଁ କେବଳ ଅବଶୋଷ କରିବା ଛଡ଼ା ଆଉ କିଛି ଉପାୟ ନଥାଏ । ସେଥିପାଇଁ ଆମେ କେତେକ କୈାଶଳ ବିଷୟରେ ଆଜି ଜାଣିବା ଯାହାକୁ ଅନୁସରଣ କଲେ ଆପଣଙ୍କ ସମ୍ପର୍କରେ କୈାଣସି ଆଞ୍ଚ ଆସିବ ନାହିଁ ।

ଏହି ମନସ୍ତାତ୍ତ୍ବିକ କୈାଶଳକୁ ପ୍ରୟୋଗ କରିବା ପାଇଁ ୩୦ସେକେଣ୍ଡରୁ ଅଧିକ ସମୟ ଲାଗିବନାହିଁ। ଜାଣନ୍ତୁ ଏହି କୈାଶଳଗୁଡ଼ିକ ବିଷୟରେ:

ଦୀର୍ଘଶ୍ବାସ ଛାଡ଼ନ୍ତୁ:

ସମ୍ପୂର୍ଣ୍ଣ ଭାବେ ନବୁଝି କୈାଣସି କଥାରେ ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ପ୍ରଥମେ ଦୀର୍ଘଶ୍ବାସ ନିଅନ୍ତୁ। ଏହାଦ୍ବାରା ଆପଣ ତୁରନ୍ତ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ରହିଯିବେ ଏବଂ କିଛି ସମୟ ପାଇଁ ସେହି ପରିସ୍ଥିତିରୁ ଆପଣଙ୍କ ମନ ବିଭ୍ରାନ୍ତ ହେବ ଏବଂ ଯାହା ଦ୍ବାରା ଶାନ୍ତିରେ ଆପଣ ସମସ୍ୟାର ସମାଧାନ କରିବେ।

ନିଜ ଫିଲିଙ୍ଗସକୁ ବୁଝନ୍ତୁ:

ଦୀର୍ଘନିଶ୍ବାସ ନେବା ପରେ ନିଜ ଫିଲିଙ୍ଗସକୁ ବୁଝିବାକୁ ଚେଷ୍ଟା କରନ୍ତୁ। ନିଜ ସହ କଥା ହୁଅନ୍ତୁ ଯେ ଆପଣ ବ୍ୟସ୍ତବିବ୍ରତ ଅଛନ୍ତି କି ନାହିଁ କିମ୍ବା ଆପଣଙ୍କର କୈାଣସି ସମସ୍ୟା ଅଛି କି ନାହିଁ। ଏହି କଥାକୁ ମନରେ ଭାବନ୍ତୁ । କିଛି ସମୟ ପରେ ଆପଣ ବୁଝି ପାରିବେ ଯେ ଆପଣ ଏହି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ କି ନାହିଁ । ଯଦି ନା ତେବେ ଆରାମରେ ନିଜ ମୁଣ୍ଡ ଥଣ୍ଡା ହେବା ପରେ ଏବିଷୟରେ ଆରାମରେ ଭାବି ପାରିବେ ।

ପରିସ୍ଥିତିକୁ ବୁଝନ୍ତୁ:

ନିଜକୁ ପ୍ରଶ୍ନ କରନ୍ତୁ। ଯେପରିକି ଓଭର ରିଆକ୍ଟ କରିବା ଦ୍ବାରା ଆପଣଙ୍କୁ କ’ଣ ହାସିଲ ହେବ? ଏହି ୧୦ମିନିଟର ଝଗଡ଼ାରେ ଆପଣଙ୍କୁ କ’ଣ ହାସିଲ ହେବ? ଏହି ପରିସ୍ଥିତିରୁ କ’ଣ ଶିକ୍ଷା ମିଳିବ? ନିଜକୁ ପ୍ରଶ୍ନ କରିବା ଦ୍ବାରା ଆପଣଙ୍କ ଖରାପ ଭାବଧାରାକୁ ଭଲ ଭାବଧାରାରେ ବଦଳାଇପାରିବ।

Leave A Reply

Your email address will not be published.