ଫେଙ୍ଗସୁଇ ଅନୁଯାୟୀ ଘରେ ସୁଖ, ଶାନ୍ତି ପାଇଁ ଘରେ ସବୁବେଳେ କାଠରେ ଫଟୋଫ୍ରେମ୍ ତିଆରି କରି ଘରର ପୂର୍ବ ଦିଗରେ ଟାଙ୍ଗନ୍ତୁ।
ସେହିପରି ଯଦି ଆପଣ ବେପାରରେ ଲାଭ ବଢ଼ାଇବାକୁ ଚାହୁଁଛନ୍ତି, ତେବେ କାଠ ତିଆରି ଫର୍ଣ୍ଣିଚର କିମ୍ବା କୌଣସି ସାଜସଜ୍ଜା ଜିନିଷ ଘରର ପୂର୍ବ ଭାଗରେ ରଖନ୍ତୁ। ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବ। କାହାର ଖରାପ ଦୃଷ୍ଟି ଆପଣଙ୍କ ବ୍ୟବସାୟ ଉପରେ ପଡ଼ିବ ନାହିଁ।
ଫେଙ୍ଗସୁଇରେ ରଙ୍ଗର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ତେଣୁ ଘର ଓ ଅଫିସ୍ରେ ସବୁବେଳେ ହାଲକା ରଙ୍ଗର ଫର୍ଣ୍ଣିଚର ବ୍ୟବହାର କରିବା ଭଲ। ହାଲକା ରଙ୍ଗରେ ସକାରାତ୍ମକ ଓ ଗାଢ଼ ରଙ୍ଗରେ ନକାରାତ୍ମକ ଶକ୍ତିର ବାସ ରହିଥାଏ।
ଫେଙ୍ଗସୁଇରେ ଏହା ମଧ୍ୟ କୁହାଯାଇଛି ଯେ ହାଲୁକା ଫର୍ଣ୍ଣିଚରକୁ ଉତ୍ତର ଓ ଭାରି ଫର୍ଣ୍ଣିଚରକୁ ପଶ୍ଚିମ ଓ ଦକ୍ଷିଣ ଦିଗରେ ରଖିବା ଉଚିତ। ଏହାଦ୍ୱାରା ଘରର ଉନ୍ନତି ହୋଇଥାଏ। ଓ ପରିବାରରେ ଅଯଥା କଳି ଝଗଡ଼ା ନ ହୋଇ ସୁଖ ଶାନ୍ତି ବଜାୟ ରହିଥାଏ।