Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ଦେହାନ୍ତ

କଟକ: ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କର ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି ।

ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଢି ଉଠିଥିବା ଆଜାନ୍ଦ ହିନ୍ଦ ଫୌଜରେ ସେ ଜଣେ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାବ୍ୟତିତ ସେ ବିଶ୍ୱ ହିନ୍ଦୁ ପରିଷଦ (ଓଡିଶା ୟୁନିଟ)ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ସ୍ୱର୍ଗତଃ ରଥ ମଧ୍ୟ ଜଣେ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

ଏହାବ୍ୟତିତ ତାଙ୍କ ପୁଅ ବିଶ୍ୱନାଥ ରଥ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ରହିଛନ୍ତି ।

Leave A Reply

Your email address will not be published.