Latest Odisha News

କିଛି ସମୟ ପରେ ଗଡିବ କେଜ୍ରିୱାଲଙ୍କ ‘ବିଜୟ ରଥ’ !

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇସାରିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ ରୂପେ ଜଣାପଡିଯିବ । ବର୍ତ୍ତମାନ ଆମ ଆଦମୀ ପାର୍ଟି ୫୦ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୨୧ଟି ସିଟରେ ଦ୍ୱିତୀୟ ସ୍ଥାନରେ ଅଛି ।

କେଜ୍ରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ହାତେଇବା ଉପରେ ଥିବାବେଳେ ଦିଲ୍ଲୀ ଆପ୍ ଅଫିସରେ ବିଜୟ ଉତ୍ସବର ପ୍ରସ୍ତୁତି ଚାଲିଛି । ରୋଡ ଶୋ’ କରିବା ପାଇଁ ଏକ ଖୋଲା ଜିପ୍ କୁ ସଜେଇ ଦିଆଯାଇଛି । ଫଳାଫଳ ପୂର୍ବରୁ କେଜ୍ରିୱାଲଙ୍କ ବିଜୟ ରଥ ପ୍ରସ୍ତୁତ ଅଛି । ଆପ୍ ଅଫିସରେ ହର୍ଷୋଲ୍ଲାସର ପରିବେଶ । ଆପ୍ କାର୍ଯ୍ୟକର୍ତ୍ତା ପୁରା ଅଫିସକୁ ବେଲୁନରେ ସଜେଇଛନ୍ତି ।

Leave A Reply

Your email address will not be published.