Latest Odisha News

BREAKING NEWS

ଥାନା ଭିତରେ ଯୁବକଙ୍କୁ ମହିଳା ପୋଲିସଙ୍କ ମାଡ଼; ଭିଡିଓ ଭାଇରାଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ଥାନାରେ ଭିତରେ ଜଣେ ମହିଳା ପୋଲିସ ଅଧିକାରୀ ଜନୈକ ଯୁବକଙ୍କୁ ମାଡ ମାରିବା ନେଇ ଭିଡିଓ ଭାଇରାଲ ହୋଇଛି।

ଉକ୍ତ ଭିଡିଓରେ ପାଟନା ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା ଅନ୍ୟ ପୋଲିସଙ୍କ ଉପସ୍ଥିତିରେ ଜଣ ଯୁବକଙ୍କୁ ବାଡିରେ ମାଡ଼ ମାରୁଥିବା ନଜର ଆସୁଛି।

ସମ୍ପୃକ୍ତ ଯୁବକ ଜଣକ ପାଟନା ନିକଟ ତାଳସାରୁଆ ଗାଁର ରାଜୁ ମହନ୍ତ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ, ଜମି ବିବାଦ ମାମଲାରେ ରାଜୁ ଏବଂ ଅନ୍ୟ ତିନିଜଣଙ୍କୁ ଥାନାକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଯୁବକଙ୍କୁ କୋର୍ଟକୁ ନିଆଯିବା ପୂର୍ବରୁ ପୋଲିସ ଅଧିକାରୀ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଜଣାପଡିଛି।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଘାଟଗାଁ ଏସଡିପିଓଙ୍କୁ ଏହି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

“ପୋଲିସ ମୋତେ ଥାନାକୁ ନେଇ ନିର୍ଯ୍ୟାତନା ଦେଇଛି ଏବଂ ବର୍ତ୍ତମାନ ମୁଁ ନ୍ୟାୟ ଚାହୁଁଛି” ବୋଲି କହିଛନ୍ତି ଜାମିନରେ ଆସିଥିବା ରାଜୁ।

Leave A Reply

Your email address will not be published.