Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମର୍ଟମ୍: ଚାଇନା ରାସ୍ତାରେ କରୋନା ମଡକ ?

ଭୁବନେଶ୍ୱର: କିଛି ମାସ ପୂର୍ବରୁ ଏହି ଫଟୋଟି ସୋସିଆଲ୍ ମିଡିଆ, ଖବର କାଗଜ ଓ ଟିଭି ଜଗତରେ ଭାଇରାଲ୍ ହୋଇଥିଲା । ଖବର ପ୍ରଚାରିତ ହୋଇଥିଲା ଚାଇନା ରାସ୍ତାରେ ଶହଶହ ଲୋକ କରୋନା ମହାମାରୀରେ ମରିପଡିଛନ୍ତି । ଏପରିକି ସେମାନଙ୍କ ମୃତଦେହ ଉଠାଇବାକୁ ବି କେହି ନାହାନ୍ତି ।

ହ୍ୱାଟ୍ସଆପ୍‌ରୁ ସ୍ନାପସଟ୍ ନିଆଯାଇଥିବା ଏହି ଫଟୋରେ ସ୍ପଷ୍ଟ ଭାବେ ଲେଖାହୋଇଛି, ଚାଇନାରେ ମରିପଡିଛନ୍ତି ଶହଶହ ଲୋକ । କରୋନାଭାଇରସ୍‌ ଖୁବଶୀଘ୍ର ଭାରତ ଆସୁଛି । ଏପରିକି କୌଣସି ଫ୍ରୋଜେନ୍ ଫୁଡ୍ ନଖାଇବାକୁ ମଧ୍ୟ ତାଗିଦ୍ କରାଯାଇଛି ।

ଏବେ ଓଡିଶାରେ ଭାଇରାଲ୍ ହୋଇଥିବା ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । ଚାଇନା ନୁହେଁ ବରଂ ଏହି ଫଟୋଟି ଓଡିଶାରେ ଇଟାଲୀ ଭାବେ ଭାଇରାଲ୍ ହୋଇଥିଲା । ଲୋକେ ଏହି ପୋଷ୍ଟକୁ ଶେୟାର କରିବା ସହ କୋଭିଡ୍‌-୧୯ର ପ୍ରାଥମିକ ଚିକିତ୍ସା ନଥିବା କହି ଭାଇରାଲ୍ କରିଥିଲେ ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫଟୋ ଘୁରିବୁଲିବା ପରେ ଶେଷରେ ଓଡିଶା ସମ୍ବାଦ ଟିମ୍ ହାତରେ ଲାଗିଥିଲା । ଏହି ଫଟୋର ଭାଇରାଲ୍ ପୋଷ୍ଟମର୍ଟମ କରିବା ପରେ କିଛି ରୋମାଂଚକର ତଥ୍ୟ ସାମ୍ନାକୁ ଆସିଛି ।

ବହୁ ଖୋଳତାଡ ପରେ ଜଣାପଡିଥିଲା । ଏହି ଫଟୋ ଚାଇନା କି ଇଟାଲୀର ନୁହେଁ ବରଂ ଜର୍ମାନୀର । ଏଠି ପ୍ରଶ୍ନ ଉଠେ ଏହି ଫଟୋ କାହିଁକି ଓ କେବେ ଉଠାଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ, ଜର୍ମାନୀର ଫ୍ରାଙ୍କଫୁର୍ଟଠାରେ ଏହି ଫଟୋକୁ ଏକ ଆର୍ଟ ପ୍ରୋଜେକ୍ଟ ପାଇଁ ୨୪ମାର୍ଚ୍ଚ, ୨୦୧୪ରେ କ୍ଲିକ୍ କରାଯାଇଥିଲା । ଏହି ଫଟୋରେ ରାସ୍ତାରେ ପଡିଥିବା ଲୋକ ମୃତ ନୁହେଁ ବରଂ ଫଟୋ ଉଠାଇବା ପାଇଁ ତଳେ ଶୋଇରହିଥିଲେ ।

ଏହି ଫଟୋଟିକୁ ଭଏସ୍ ଅଫ୍ ଆମେରିକା ନାମକ ଏକ ଆମେରିକୀୟ ମଲ୍ଟି ମିଡିଆ ଏଜେନ୍ସି ୨୫ ମାର୍ଚ୍ଚ, ୨୦୧୪ରେ ପବ୍ଲିସ୍ କରିଥିଲା । ଯାହାର କ୍ୟାପ୍ସନରେ ସମସ୍ତ ସତ୍ୟତା ସ୍ପଷ୍ଟ ଭାବେ ଲେଖାହୋଇଛି ।

Leave A Reply

Your email address will not be published.