Latest Odisha News

BREAKING NEWS

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଯୁଧିଷ୍ଠିର ସାହୁ । ବୟସ ୭୫ । ଜନ୍ମରୁ ଦୃଷ୍ଟିହୀନ । ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଚାକିରୀ କରୁଥିଲେ । ଅବସର ପରେ ସଞ୍ଚୟ କରିଥିବା ଏକ ଲକ୍ଷ ଏକ ଟଙ୍କାକୁ ସେ କରୋନା ମୁକାବିଲା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ।

ଧନ ତ ଅନେକଙ୍କ ପାଖରେ ଅଛି କିନ୍ତୁ ନିଜ ସୀମିତ ସମ୍ବଳକୁ ଦାନ କରି ଯୁଧିଷ୍ଠିର ପ୍ରମାଣ କରିଛନ୍ତି ଯେ ଦାନ ପାଇଁ ଧନ ନୁହେଁ ମନ ବଡ ହେବା ଦରକାର ।

Leave A Reply

Your email address will not be published.