Latest Odisha News

BREAKING NEWS

ଗାଁ ଗାଁ ବୁଲି ପରିବା ବାଣ୍ଟୁଛନ୍ତି ପରିବା ଚାଷୀ ଛାୟାରାଣୀ; ଭିଭିଏସ ଲକ୍ଷ୍ମଣ କଲେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଜଣେ ସଫଳ ପରିବା ଚାଷୀ ହେଲେ ଛାୟାରାଣୀ ସାହୁ । କରୋନା ମହାମାରୀ ଯୋଗୁଁ ଏବେ ସବୁଆଡ଼େ ଲକ୍‌ଡାଉନ୍ ପରିସ୍ଥିତି । ଗରିବ ଅସହାୟଙ୍କ ଲାଗି ଏହା କଷ୍ଟକର ହୋଇପଡ଼ିଛି । ଏହି ସମୟରେ ଗାଁ ଗାଁ ବୁଲି ନିଜ ଚାଷଜମିର ପରିବା ବାଣ୍ଟି ଚାଲିଛନ୍ତି ଛାୟାରାଣୀ । ଏହିପରି ମହାନ କାର୍ଯ୍ୟକୁ ଟ୍ୱିଟ୍ ମାଧ୍ୟମରେ ଭୁରି ଭୁରି ପ୍ରଶଂସା କରିବାକୁ ପଛେଇ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ଭିଭିଏସ ଲକ୍ଷ୍ମଣ ।

ଛାୟାରାଣୀ ନିଜର ୮ ଏକର ଚାଷଜମିରେ ପରିବା ଚାଷ କରି ବିକ୍ରି କରିଥାଆନ୍ତି । ପରିବା କ୍ଷେତରୁ ପ୍ରଚରୁ ପରିବା ଉତ୍ପାଦନ କରିଥାଆନ୍ତି ଏହି ସଫଳ ଚାଷୀ । ଏବେ ଲକ୍‌ଡ଼ାଉନ୍ ସମୟରେ ଛାୟାରାଣୀ ଗାଁ ଗାଁ ବୁଲି ଘରେ ଘରେ ଲୋକମାନଙ୍କୁ ପରିବା ବାଣ୍ଟିଚାଲିଛନ୍ତି ।

ଏସମ୍ପର୍କରେ ଛାୟାରାଣୀ କହନ୍ତି ମୋତେ ଏହି କାର୍ଯ୍ୟ କରିବାକୁ ଭଲ ଲାଗିଥାଏ । ଲକ୍‌ଡ଼ାଉନ ସମୟରେ ସାଧାରଣ ଲୋକମାନେ ଖୁବ୍ ହଇରାଣ ହରକତ ହେଉଛନ୍ତି । ଏହା ମୋତେ ଭଲ ଲାଗୁନାହିଁ । ମୁଁ ଏହି କାର୍ଯ୍ୟରେ ବହୁତ ଆନନ୍ଦ ଅନୁଭବ କରିଥାଏ ବୋଲି କହିଛନ୍ତି ଛାୟାରାଣୀ ।

କ୍ରିକେଟର୍ ଲକ୍ଷ୍ମଣ ଟ୍ୱିଟ୍ ମାଧ୍ୟମରେ ଛାୟାରାଣୀଙ୍କ ଏହି ସେବା ମନୋବୃତ୍ତିକୁ ଖୁବ୍ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି “ଲକ୍‌ଡ଼ାଉନ ଯୋଗୁଁ ଅନେକ ଲୋକ ହଇରାଣ ହରକତ ହେଉଛନ୍ତି । ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାଷୀ ଛାୟାରାଣୀ ସାହୁ ନିଜ ଚାଷଜମିର ପରିବା ୧୫ ଖଣ୍ଡ ଗ୍ରାମରେ ବାଣ୍ଟିଚାଲିଛନ୍ତି । ପ୍ରକୃତରେ ଅନେକ ଲୋକମାନଙ୍କ ମଧ୍ୟରେ ଥିବା ଏହି ପ୍ରକାର ମାନବିକତା ଓ ନିଃସ୍ୱାର୍ଥପରତା ଭଲ ଭଲ ଲାଗେ ।”

Leave A Reply

Your email address will not be published.