Latest Odisha News

BREAKING NEWS

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ ।

ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।

ପାରାଗ୍ଲାଇଡ଼ିଙ୍ଗ ପାଇଁ ଉତ୍ତରାଖଣ୍ଡ ହେଉଛି ଏକ ପ୍ରସିଦ୍ଧ ସ୍ଥାନ। ଏହା ଛଡ଼ା ରାଜସ୍ଥାନର ମାଉଣ୍ଟଆବୁ ମଧ୍ୟ ବେଶ ପ୍ରସିଦ୍ଧ ଅଟେ। ଯଦି ଆପଣ ପାହାଡ଼ ଏବଂ ନଦୀର ପରିବେଶ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଉତ୍ତରାଖଣ୍ଡର ନୈନିତାଲ ଏବଂ ହିମାଚଳର ବିର ବିଲିଙ୍ଗ ସବୁଠାରୁ ସୁନ୍ଦର ସ୍ଥାନ ଅଟେ।

ଏହି ପାରାଗ୍ଲାଇଡ଼ିଙ୍ଗ କରିବା ପାଇଁ ଅତ୍ୟଧିକ ସାହସର ଆବଶ୍ୟକତା ରହିଛି। ହିମାଚଳର ବିର ବିଲିଙ୍ଗ ସମୁଦ୍ର ପତନ ଠାରୁ ୨୬୦୦ ମିଟର ଉଚ୍ଚରେ ରହିଛି। ଏଠାରେ ଆପଣ ମାଉଂଟେନ ବାଇକିଙ୍ଗ, ଟ୍ରାକିଙ୍ଗ ଏବଂ କ୍ୟାମ୍ପିଙ୍ଗ ମଧ୍ୟ କରି ପାରିବେ।

ସେହିଭଳି ଆଉ ଏକ ସ୍ଥାନ ହେଉଛି ଇନ୍ଦ୍ରୁନାଗ। ଏହି ସ୍ଥାନ ଧର୍ମଶାଳା, ମାର୍କେଟର ୫ କିମି ଦୂରରେ ରହିଛି। ସମୁଦ୍ର ପତନ ରୁ ୨୦୦୦ ଫୁଟ ଉଚ୍ଚରେ ଏହି ସ୍ଥାନ ରହିଛି। ପ୍ରତିବର୍ଷ ଏଠାକୁ ବହୁ ପର୍ଯ୍ୟଟନ ଆସିଥାଆନ୍ତି। ଭ୍ରମଣ ସହ ପାରାଗ୍ଲାଇଡ଼ିଙ୍ଗର ମଧ୍ୟ ମଜା ନେଇଥାଆନ୍ତି।

Leave A Reply

Your email address will not be published.