Latest Odisha News

BREAKING NEWS

କ୍ରିକେଟରେ ମଧ୍ୟ ବର୍ଣ୍ଣ ବୈଷ୍ୟମତା ରହିଛି : କ୍ରିସ ଗେଲ୍‌

ନ୍ୟୁୟର୍କ: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକାରେ ଜୋରଦାର ବିକ୍ଷୋଭ ଜାରି ରହିଛି । ବିଭିନ୍ନ ଦେଶର ସେଲିବ୍ରେଟି ମଧ୍ୟ ଏ ନେଇ ସେମାନଙ୍କ ମତ ମଧ୍ୟ ରଖିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର କ୍ରିସ ଗେଲ୍ ମଙ୍ଗଳବାର ମୁହଁ ଖୋଲିଛନ୍ତି । କ୍ରିକେଟରେ ମଧ୍ୟ ବର୍ଣ୍ଣବୈଷ୍ୟମତା ରହିଛି ଓ ମୁଁ ଏହାର ଶୀକାର ହୋଇଛି ବୋଲି ସେ କହିଛନ୍ତି ।

ପୂର୍ବରୁ ଟେନିସ ଷ୍ଟାର କୋକୋ ଗଫ, ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ମଧ୍ୟ ଫ୍ଲାଏଡଙ୍କୁ ନ୍ୟାୟ ମିଳୁ ବୋଲି କହିଛନ୍ତି । ଅନ୍ୟମାନଙ୍କ ପରି ଆମର ମଧ୍ୟ ଜୀବନ ମୂଲ୍ୟବାନ ବୋଲି ଗେଲ୍ ସୋସିଆଲ ସାଇଟରେ ଲେଖିଛନ୍ତି ।

Leave A Reply

Your email address will not be published.