Latest Odisha News

BREAKING NEWS

କରୋନା ଭାଇରସ: ସମସ୍ତ ଦେଶକୁ ସତର୍କ ରହିବାକୁ ଡବ୍ଲୁଏଚଓର ଚେତାବନୀ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) କରୋନା ଭାଇରସର ସଂକ୍ରମଣ ଚୀନରୁ ଅନ୍ୟ ଦେଶଗୁଡିକୁ ବ୍ୟାପୁଥିବାରୁ ସମସ୍ତ ଦେଶକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହି ଘାତକ ଭାଇରସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସମସ୍ତ ଦେଶକୁ ଅପିଲ କରିଛି । ଡବ୍ଲ୍ୟୁଏଚଓର ପ୍ରମୁଖ ତେଦରୋସ ଅଦହାନୋମ୍ ଗେବ୍ରେୟସସ କହିଛନ୍ତି କି, “ଚୀନ ଗସ୍ତ କରିନଥିବା ଲୋକଙ୍କୁ ମଧ୍ୟ କରୋନା ସଂକ୍ରମିତ ହେବାର ଚିନ୍ତାଜନକ ମାମଲା ସାମନାକୁ ଆସିଛି । ଏହି ଭାଇରସ କାରଣରୁ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।”

ନିଜ ଜୀବନକୁ ବିପଦରେ ପକାଇ ଏହି ମହମାରୀକୁ କାବୁ କରିବା ପାଇଁ ଚେଷ୍ଟା କରୁଥିବା ଚିକିତ୍ସକ, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଂଶସା କରିଛନ୍ତି ଗେବ୍ରେୟସସ ।

ସୂଚନାଯୋଗ୍ୟ, ଚୀନରେ ଘାତକ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ୯୦୮ ହୋଇଯାଇଛି ଏବଂ ୪୦ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.