Latest Odisha News

BREAKING NEWS

କେବେଠୁ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶବ୍ୟାପୀ ଜୁନ୍ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯାଇଥାଏ । ଯୋଗାଭ୍ୟାସ୍ ଶରୀରକୁ ରୋଗମୁକ୍ତ କରିବା ସହ ମନକୁ ପ୍ରଫୁଲ୍ଲିତ କରିଥାଏ । ଭାରତରେ ଯୋଗ ଇତିହାସ ପ୍ରାୟ ୨ରୁ ୫ ହଜାର ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଯାହାର ପ୍ରଣେତା ମହର୍ଷି ପତଞ୍ଜଳୀ ବୋଲି ବିବେଚା କରାଯାଇଥାଏ ।

କାହିଁକି ପାଳିତ ହୁଏ-

କୁହାଯାଏ ଜୁନ୍ ୨୧ରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ ଦିନ ହୋଇଥାଏ । ଯାହାକୁ କିଛି ଲୋକ ଗ୍ରୀଷ୍ମ ସଂକ୍ରାନ୍ତି କୁହାଯାଇଥାଏ । ଭାରତୀୟ ପରମ୍ପରା ଅନୁସାରେ ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୁର୍ଯ୍ୟ ଦକ୍ଷିଣାୟନ ହୋଇଥାନ୍ତି । ଏହି ସମୟରେ ଉତ୍ତାପ ବଢିଥାଏ, ଏପରିକି ଏହି ସମୟରେ ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁ ଲାଭକାରୀ ହୋଇଥାଏ ।

କେମିତି ହୋଇଥିଲା ଆରମ୍ଭ:
ଆଜିର ସମୟରେ ଲୋକମାନେ ସୁସ୍ଥ ରହିବା ପାଇଁ ଦୈନନ୍ଦିନ ଯୋଗ କରୁଛନ୍ତି । କୁହାଯାଏ ଭାରତୀୟ ସଂସ୍କୃତି ସହ ମଧ୍ୟ ଯୋଗ ଏକପ୍ରକାର ଜଡିତ । କୁହାଯାଏ ଏହି ଦିନ ସବୁଠୁ ଲମ୍ବା ଦିନ ହୋଇଥାଏ । ପ୍ରଥମ ଥର ଲାଗି ଏହି ଦିବସ ୨୦୧୫ ମସିହା ଜୁନ୍ ୨୧ ତାରିଖରେ ପାଳିତ ହୋଇଥିଲା ।

ଏହାପୂର୍ବରୁ ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ପାଳନ ନେଇ ଅପିଲ୍ କରିଥିଲେ । ଏହାପରେ ଆମେରିକା ପକ୍ଷରୁ ମଧ୍ୟ ଏହି ଦିବସ ପାଳନ ନେଇ ଅପିଲ କରାଯାଇଥିଲା । ପରେ ଡିସେମ୍ବର ୧୧ରେ ୧୭୭ ସଦସ୍ୟଙ୍କ ମଞ୍ଜୁରୀ ମିଳିଥିଲା । ଯାହା ପରେ ଜୁନ୍ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ଘୋଷିତ କରାଯାଇଥିଲା ।

ଅନ୍ତରାଷ୍ଟ୍ରିୟ ଯୋଗ ଦିବସର ଥିମ:
ଚଳିତ ବର୍ଷ ମହାମାରୀ କରୋନା ଭାଇରସ୍ ଯୋଗୁଁ ସାମାଜିକ ଦୁରତାକୁ ଫଲୋ କରିବା ପାଇଁ କୁହାଯାଇଛି । ଏଥିସହିତ ଘରେ ରହି ପରିବାରଙ୍କ ସହିତ ଯୋଗ କରିବା ଚଳିତ ଥରର ଥିମ ରହିଛି ।

Leave A Reply

Your email address will not be published.