Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଉପରକୁ କେହି ଯାଇ ପାରି ନାହାନ୍ତି

ପୁରୀ: ଭଗବାନ ଶିବଙ୍କୁ କୈଳାସ ପର୍ବତର ସ୍ୱାମୀ କୁହାଯାଏ । ଏଠାରେ ମହାଦେବ ପରିବାର ସହ ବାସ କରନ୍ତି । ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ଏବେ ବି ଏହାର ମହତ୍ୱ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଆଧୁନିକ ମଣିଷ ସମସ୍ତ ଜ୍ଞାନ କୌଶଳ ଆହରଣ କଲେ ମଧ୍ୟ କୈଳାସ ପର୍ବତ ଉପରକୁ ଯାଇପାରି ନାହିଁ । ଏହି ରହସ୍ୟ ଏବେ ଅନାବୃତ ହୋଇ ରହିଛି । ମାଂଉଟ ଏଭେରେଷ୍ଟର ଉଚ୍ଚତା ୮୮୪୮ ମିଟର ହୋଇଥିବା ବେଳେ କୈଳାସ ପର୍ବତ ଏହାଠାରୁ ୨୦୦୦ ମିଟର କମ୍ ତଥାପି କେହି ଏହା ଉପରେ ଚଢ଼ି ପାରି ନାହାନ୍ତି । କେତେକ ପର୍ବତାରୋହୀ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ରୁଷର ଏକ ବୈଜ୍ଞାନିକ ଟିମ୍ ଏ ନେଇ ଗବେଷଣା କରିଥିଲେ । ସେମାନେ କହିଥିଲେ ଏହା ଏକ ପ୍ରାକୃତିକ ଶିଖର ନୁହେଁ ବରଂ ପିରାମିଡ । ଦୀର୍ଘଦିନ ଧରି ବରଫାଚ୍ଛାଦିତ ହୋଇ ରହିଥିବାରୁ ଏ ଭଳି ଦୃଶ୍ୟମାନ ହେଉଛି । ଏହା ପରେ କୈଳାସ ପର୍ବତକୁ ଶିବ ପିରାମିଡ ମଧ୍ୟ କୁହାଗଲା । ଚୀନ ସରକାରଙ୍କ ନିର୍ଦ୍ଦେଶକ୍ରମେ କେତେକ ପର୍ବାତାରୋହି ଏହା ଉପରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ବିଭିନ୍ନ ଦେଶର ବିରୋଧ ଯୋଗୁ ଚୀନ ଜିଦରୁ ଓହରିଥିଲା । ୨୦୦୭ରେ ରୁଷର ପର୍ବାତାରୋହୀ ସର୍ଗେ ସିଷ୍ଟିକୋଭେଙ୍କ ମତରେ ସେ ଏବଂ ତାଙ୍କ ସାଥୀ କିଛି ବାଟ ଚଢ଼ିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧିଥିଲା । ଏହା ପରେ ଗୋଡ ହାତ ଚଳି ନ ଥିଲା କି ପାଟିରୁ କଥା ବାହାରି ନ ଥିଲା । ଓହ୍ଲାଇ ଆସିବେ ମାତ୍ରେ ସବୁ କିଛି ଠିକ୍ ହୋଇ ଯାଇଥିଲା । କେତେକ ଗବେଷକଙ୍କ ମତରେ ଅତ୍ୟଧିକ ରେଡିଓ ଆକ୍ଟିଭ ଥିବାରୁ ଏ ଭଳି ଘଟଣା ଘଟୁଛି ।

ଏହା ବ୍ୟତୀତ ସେଠାକାର ଧର୍ମ ବିଶ୍ୱାସୀ ଲୋକଙ୍କ କଥା ଅନୁସାରେ..
୧. କୈଳାସ ପର୍ବତ ଚଢ଼ିବା ମାତ୍ରେ କେଶ ଏବଂ ନଖ ଦ୍ରୁତ ଗତିରେ ବଢ଼ିଥାଏ ।
୨.ମଣିଷ ମତିଭ୍ରମ ହୋଇଯାଇଥାଏ ଅନ୍ୟଥା ମୃତ୍ୟୁବରଣ କରିଥାଏ ।
୩.ଏହା ନିକଟରେ ପହଂଚିବା ମାତ୍ରେ ଜଣେ ନିଜକୁ ଭିନ୍ନ ମଣିଷ ଭାବେ ଅନୁଭୂତ କରିଥାଏ । ହୃଦୟ ପରିବର୍ତନ ହୋଇ ଯାଇଥାଏ ।
୪. ଯିଏ ବି ଏଠାରେ ପଂହଚିଛି ସେ ମୃତ୍ୟୁ ମୁଖରେ ପଡିଛି ।
୫. ଦ୍ରୁତ ବେଗରେ ମଣିଷର ଆୟୁ ବଢ଼ିଥାଏ ।

Leave A Reply

Your email address will not be published.