Latest Odisha News

BREAKING NEWS

ଉପରେ ପରିବା ଭିତରେ ମଦ, ଯାଜପୁରରୁ ଜବତ ହେଲା ପେଟି ପେଟି ମଦ

ଯାଜପୁର: ଉପରେ ପରବା ଭିତରେ ମଦ । ଯାଜପୁର ପରିବା ଗାଡିରୁ ଜବତ ହେଲା ପେଟି ପେଟି ମଦ । କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଆଜି ସକାଳୁ ଏକ ପିକଅପ ଭ୍ୟାନରୁ ୫ଟି ଟ୍ରେରେ ୪୫ ଲିଟର ମଦ ଜବତ ହୋଇଛି । ଜବତ ମଦର ଦାମ୍ ୩ରୁ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିଂଝାରପୁର ଥାନା ଉଡରଂଗ ଅଂଚଳର ଦିପ୍ତିରଂଜନ ରାଉତ । ଏହି ଘଟଣାରେ ପରିବା ଗାଡିକୁ ଜବତ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.