Latest Odisha News

BREAKING NEWS

ଆଶ୍ଚର୍ଯ୍ୟ ବାଳିକା ‘ଜାହ୍ନବୀ’: ୧୪ ବର୍ଷର ବାଳିକା ଆଇ.ଏ.ଏସ.ଙ୍କୁ ପଢଉଛି ପାଠ

ଚଣ୍ଡିଗଡ଼ : ଜାହ୍ନବୀ ପାନୱାର । ବୟସ ୧୪ ବର୍ଷ । ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକୋତ୍ତର ଛାତ୍ରୀ । ସେ ପାଠ ପଢିବା ସହିତ ଆଇଏଏସ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ ବୟସର ପିଲାମାନେ ୮ମ ଶ୍ରେଣୀରେ ପଢୁଛନ୍ତି । ଜାହ୍ନବୀଙ୍କ ଘର ହରିୟାଣା ରାଜ୍ୟରେ । ବାପା ତାଙ୍କର ଜଣେ ସ୍କୁଲ ଶିକ୍ଷକ ଏବଂ ମା ହେଲେ ଜଣେ ସାଧାରଣ ଗୃହିଣୀ ।

ଏହି ବିଚକ୍ଷଣ ବୁଦ୍ଧି ସମ୍ପନ୍ନା ଝିଅ ଜାହ୍ନବୀ ମାତ୍ର ୯ ବର୍ଷ ବୟସରୁ ହିଁ ୮ଟି ବିଦେଶୀ ଭାଷାରେ ଅନର୍ଗଳ କଥାବାର୍ତ୍ତା କରିପାରୁଛି ।

କଥାହେଲା ଜାହ୍ନବୀ ଇଂରାଜୀ ଭାଷାରେ ବେଶ୍ ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବ୍ରିଟିଶ୍ ଇଂଲିଶ ଆସେଣ୍ଟରେ ସିଦ୍ଧହସ୍ତ ଥିବା ସହିତ ଆମେରିକାନ ଇଂଲିଶରେ ମଧ୍ୟ ପାରଦର୍ଶିତା ହାସଲ କରିପାରିଛନ୍ତି । ତାଙ୍କ ମୁହଁରେ ଶହ ଶହ ଇଲିଶ ଭୋକାବୁଲାରି ରହିଛି । ଇଂରାଜୀ ଭାଷା ବ୍ୟତୀତ ଜାପାନୀ, ଫ୍ରେଞ୍ଚ, ହିନ୍ଦୀ, ହରିୟାନୀ ସହିତ ଅନେକ ବିଦେଶୀ ଭାଷାରେ ନିର୍ଭୁଲ ଭାବେ କଥାବାର୍ତ୍ତା କରିପାରିଥାଆନ୍ତି ।

ଜାହ୍ନବୀଙ୍କର ବିଶେଷ ଟ୍ୟାଲେଣ୍ଟ ହେଲା ସେ ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଏବେ ଅଧ୍ୟାପକ ମାନଙ୍କୁ ମଧ୍ୟ ଟ୍ରେନିଂ ଦେଉଛନ୍ତି । ବିଭିନ୍ନ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁସନରେ ସେ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ଆସେଣ୍ଟ୍ ଟ୍ରେନିଂ ନିୟମିତ ରୂପେ ଦେଉଛନ୍ତି ଜାହ୍ନବୀ । ନିଜେ ଆଇଏଏସ ଲାଗି ପ୍ରସ୍ତୁତ ହେଉଥିବା ସହିତ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଆଇଏଏସ ଅଫିସର ମାନଙ୍କୁ ମୋଟିଭେସନାଲ୍ ଟ୍ରେନିଂ ଦେଉଛନ୍ତି ଏହି ଆଶ୍ଚର୍ଯ୍ୟ ବାଳିକା ଜାହ୍ନବୀ ପାନୱାର ।

ଜାହ୍ନବୀଙ୍କ ପିତା ବ୍ରିଜମୋହନ କହନ୍ତି, ଜାହ୍ନବୀକୁ ଯେତେବେଳେ ମାତ୍ର ଏକ ବର୍ଷ ହୋଇଥିଲା ସେବେଠୁ ସେ ତାହାର ପ୍ରତିଭାକୁ ଚିହ୍ନି ପାରିଥିଲେ । ଜାହ୍ନବୀଙ୍କୁ ମାତ୍ର ଏକବର୍ଷ ହୋଇଥିବା ବେଳେ ସେ ୫୦୦ରୁ ୫୫୦ଟି ଇଂଲିଶ ଭୋକାବୁଲାରୀ ମନେ ରଖି ପ୍ରାଞ୍ଜଳ ଭାବେ କହିପାରୁଥିଲେ । ସେ ଥରେ ଯାହାକୁ ପଢନ୍ତି ତାହାକୁ ସମ୍ପୂଣ୍ଣ

ମନେ ରଖି ପୁନର୍ବାର କହିପାରିଥାଆନ୍ତି । ଗୋଟିଏ ଗୋଟିଏ ବହି ମଧ୍ୟ ତାଙ୍କ ମୁହଁରେ । ତାଙ୍କୁ ୩ ବର୍ଷ ହୋଇଥିଲା ବେଳେ ନର୍ସରୀରେ ଆଡ଼ମିଶନ ନକରି ସିଧା ସିନିୟର କେଜିରେ ଶିକ୍ଷା ଆରମ୍ଭ କରିଥିଲେ ।

ତେବେ ସେ ସେହି ବର୍ଷ ୨ୟ ଷ୍ଟାଣ୍ଡାର୍ଡ଼କୁ ମଧ୍ୟ ଅନାୟସରେ ପାଶ କରିପାରିଥିଲେ ।

ଜଣେ ମୋଟିଭେସନାଲ୍ ସ୍ପିକର୍ ହିସାବରେ ତାଙ୍କର ବିଦେଶରେ ମଧ୍ୟ ବେଶ୍ ଜନପ୍ରିୟତା ବଢିବାରେ ଲାଗିଛି । ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସହିତ ଆଇଏଏସ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ କିନ୍ତୁ ସାମ୍ବାଦିକତା କରିବାକୁ ବେଶ୍ ପସନ୍ଦ କରନ୍ତି । ବିବିସି ଟିଭିରେ ଜଣେ ନ୍ୟୁଜ୍ ଆଙ୍କର୍ ଭାବେ କାର୍ଯ୍ୟ କରିବାକୁ ତାଙ୍କର ଖୁବ୍ ଇଚ୍ଛା ରହିଛି ।

Leave A Reply

Your email address will not be published.